ଉତ୍ତରାଖଣ୍ଡ ଗୌରୀକୁଣ୍ଡ ଭୂସ୍ଖଳନରେ ୧୯ ଯାତ୍ରୀ ନିଖୋଜ । ଏହି କାରଣରୁ ଏବେ କେଦାରନାଥ ଯାତ୍ରା ସ୍ଥଗିତ ରଖାଯାଇଛି । ଗୁରୁବାର ରାତି ୧୨ଟା ବେଳେ କେଦାରନାଥ ମୁଖ୍ୟ ପଡାବ ଗୌରୀକୁଣ୍ଡ ପୋଲ ନିକଟରେ ଭୂସ୍ଖଳନ ହୋଇଥିଲା । ଏଥିରେ ୩ରୁ ୪ଟି ବଡ ବଡ ଦୋକାନ ଭାଙ୍ଗିଯାଇଥିଲା । ସେପଟେ ପାହାଡରୁ ଖସିଥିବା ମାଟି ଅତଡା କାରଣରୁ ୧୯ ଜଣ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି । ଜିଲ୍ଲା ଅଧିକାରୀ ଓ ପୋଲିସ ଘଟଣା ସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ବିପଦ ପ୍ରଶମନ ବିଭାଗ ତରଫରୁ ଯେଉଁ ସଦ୍ୟ ସୂଚନା ମିଳିଛି ସେଥିରେ ନିଖୋଜଙ୍କ ସଂଖ୍ୟା ୧୩ ନୁହେଁ ବରଂ ୧୯ ବୋଲି କୁହାଯାଇଛି । ପାହାଡରୁ ଖସୁଥିବା ମାଟି ଅତଡା ସିଧାସଳଖ ନଦୀକୁ ପ୍ରବାହିତ ହେଉଥିବାରୁ ନିଖୋଜ ଲୋକମାନେ ମାଟିତଳେ ଫଶି ରହିଥିବା ଆଶଂକା କମ୍ ଓ ନଦୀକୁ ଭାସିଯାଇଥିବା ନେଇ ଅଧିକ ଆଶଂକା କରାଯାଉଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ