ଭୁଶୁଡ଼ିଲା ବଦ୍ରିନାଥ ଧାମରେ ନିର୍ମାଣଧୀନ ବ୍ରିଜ । ଅଳକନନ୍ଦା ନଦୀର ସୌନ୍ଦର୍ଯ୍ୟକରଣ ପାଇଁ ସେତୁ ନିର୍ମାଣ କରାଯାଉ ଥିବାବେଳେ ହଠାତ ଏହା ଭୁଶୁଡିପଡ଼ିଛି । ଫଳରେ ବ୍ରିଜ ଭାଙ୍ଗିବା ସମୟରେ କାର୍ଯ୍ୟକରୁଥିବା ଦୁଇଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ ଭାସି ଯାଇଥିବା ବେଳେ ଅନ୍ୟ ଜଣକୁ ଉଦ୍ଧାର କରାଯାଇଛି । ବଦ୍ରିନାଥ ଧାମରେ ମାଷ୍ଟର ପ୍ଲାନରେ କାମ ଜାରିରହିଛି । ସୂଚନା ଅନୁସାରେ, ମନ୍ଦିର ପରିସରରେ ବ୍ରହ୍ମ କପାଳ ନିକଟରେ ଏକ ନିର୍ମାଣଧୀନ ସେତୁ ହଠାତ୍ ଭୁଶୁଡ଼ିପଡିଥିଲା । ଦୁର୍ଘଟଣା ସମୟରେ ବ୍ରିଜ ଉପରେ ଦୁଇଜଣ ଶ୍ରମିକ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଚାମୋଲି ଜିଲ୍ଲାର ଉପ ଜିଲ୍ଲାପାଳ ଜୋସିମାଥ କୁମ୍କୁମ୍ ଯୋଶୀ କହିଛନ୍ତି ଯେ ଭାସିଯାଇଥିବା ଶ୍ରମିକଙ୍କୁ ଖୋଜା ଖୋଜି କରାଯାଉଛି । ବଦ୍ରିନାଥ ଧାମରେ ଅବସ୍ଥିତ ବ୍ରହ୍ମ କପାଳ ନିକଟରେ ଥିବା ଏହି ସେତୁଟି ଅଳକାନନ୍ଦା ନଦୀକୁ ସୌନ୍ଦର୍ଯ୍ୟକରଣ ଉଦ୍ଦେଶ୍ୟରେ ନିର୍ମାଣ କରାଯାଉଥିଲା ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ