The Topmost

“The eyes believe themselves, the ears believe other people.”

କାହିଁକି ଆତ୍ମହତ୍ୟାକୁ ଆପଣେଇଲେ ବଲିଉଡ ଆର୍ଟ ଡାଇରେକ୍ଟର !

ବଲିଉଡ ଜଗତରେ ଶୋକର ଛାୟା । ଲୋକପ୍ରିୟ ଆର୍ଟ ଡାଇରେକ୍ଟର ନୀତିନ ଦେଶାଇଙ୍କ ଆତ୍ମହତ୍ୟା । ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଥିବାବେଳେ ସେନ ବୁଧବାର ସକାଳେ ଆତ୍ମହତ୍ୟା କରିଥିବା ସୂଚନା । ତେବେ କେଉଁ ନିର୍ଦ୍ଦିଷ୍ଟ କାରଣରୁ ନୀତିନ ଆତ୍ମହତ୍ୟା ଭଳି ରାସ୍ତାକୁ ବାଛିଲେ ତାହା ସ୍ପଷ୍ଟ ହୋଇନାହିଁ । ନୀତିନଙ୍କ ମୃତଦେହ କର୍ଜତ ସ୍ଥିତ ଏନ.ଡି ଷ୍ଟୁଡିଓରୁ ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ, ନୀତିନ ଭୋର ପ୍ରାୟ ସାଢେ ୪ଟାରୁ ୫ଟା ମଧ୍ୟରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । କର୍ଜତର ବିଧାୟକଙ୍କ କହିବା ଅନୁଯାୟୀ, ଆର୍ଥିକ ସମସ୍ୟା କାରଣରୁ ନୀତିନ ଆତ୍ମହତ୍ୟା କରିଛନ୍ତି । ଦୀର୍ଘ ଦିନ ହେବ ନୀତିନ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ । ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିବେ ବୋଲି କହିଛନ୍ତି କର୍ଜତର ବିଧାୟକ । ସେ ୧୯୮୯ରେ ପରିନ୍ଦା ଫିଲ୍ମରେ ଆର୍ଟ ଡାଇରେକ୍ଟର ଭାବେ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ଅନେକ ସୁପରହିଟ୍ ଫିଲ୍ମ ପାଇଁ ସେ ସେଟ୍ ଡିଜାଇନ ମଧ୍ୟ କରିଛନ୍ତି ।