The Topmost

“The eyes believe themselves, the ears believe other people.”

ଓଏମଜି-୨ ପାଇଁ ଚର୍ଚ୍ଚାରେ ଅକ୍ଷୟ କୁମାର

ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କ ଚଳଚ୍ଚିତ୍ର ଓଏମଜି-୨ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ଟିଜର ରିଲିଜ ହେବା ପରଠାରୁ ଫିଲ୍ମକୁ ନେଇ ଚର୍ଚ୍ଚା ଲାଗି ରହିଛି। କୁହାଯାଉଥିଲା ଯେ, ଫିଲ୍ମରେ ଥିବା କିଛି ଦୃଶ୍ୟକୁ ସେନସର ବୋର୍ଡ କାଟିବା ପରେ ଫିଲ୍ମଟି ରିଲିଜ୍ ହେବ। ହେଲେ ଏବେ ଖବର ସାମ୍ନାକୁ ଆସିଛି ଯେ, ଫିଲ୍ମର କୌଣସି ଦୃଶ୍ୟ କଟା ନଯାଇ ଏହାକୁ ରିଲିଜ୍ ପାଇଁ ଅନୁମତି ଦିଆଯାଇଛି। ଏହା ସହ ଫିଲ୍ମକୁ ଏ ସାର୍ଟିଫିକେଟ୍ ଦେଇଛି ସେନସର ବୋର୍ଡ। ଫିଲ୍ମକୁ ଗ୍ରୀନ୍ ସିଗନାଲ ମିଳିବା ପରେ ଫିଲ୍ମଟି  ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି। ତେବେ ଫିଲ୍ମର କୌଣସି ଦୃଶ୍ୟ କଟା ନଯାଉଥିବା ବେଳେ ଏଥିରେ ଥିବା କିଛି ସଂଳାପକୁ ବଦଳାଇବାକୁ ଫିଲ୍ମ ନିର୍ମାତାଙ୍କୁ କହିଛି ସେନସର ବୋର୍ଡ। ଏବେ ଏହି ସବୁ ପରିବର୍ତ୍ତନ ସହ ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ବଡ଼ କଥା ହେଲା ଗତ ୧୨ବର୍ଷ ପରେ  ଅକ୍ଷୟଙ୍କର ଏହି ଚଳଚ୍ଚିତ୍ରକୁ ‘ଏ’ ସାର୍ଟିଫିକେଟ୍ ଦିଆଯାଇଛି। ଏହାପୂର୍ବରୁ ୨୦୧୧ ମସିହାରେ ଅକ୍ଷୟଙ୍କ ଫିଲ୍ମ ଦେଶୀ ବଏଜକୁ ‘ଏ’ ସାର୍ଟିଫିକେଟ୍ ମିଳିଥିଲା। ତେବେ ଏହି ଫିଲ୍ମ ପାଇଁ ଅକ୍ଷୟ ଆମିଷ ଖାଇବା ଛାଡ଼ିଦେଇଥିଲେ ବୋଲି ଜଣାପଡ଼ିଥିଲା। ଅକ୍ଷୟଙ୍କ ମା’ ତାଙ୍କୁ ଆମିଷ ଖାଇବାକୁ ମନା କରିଦେଇଥିଲେ, କାରଣ ସେ ଭଗବାନ କୃଷ୍ଣଙ୍କୁ ବହୁତ ବିଶ୍ୱାସ କରୁଥିଲେ। ତାଙ୍କ ମା’ ଭଗବାନ କୃଷ୍ଣଙ୍କର ଜଣେ ବଡ଼ ଭକ୍ତ ଥିଲେ। ସେ ଅକ୍ଷୟଙ୍କୁ ଭଗବାନ କୃଷ୍ଣଙ୍କ ଦ୍ୱାରା ଶିଖାଯାଇଥିବା ପଥ ଅନୁସରଣ କରିବାକୁ କହିଥିଲେ, ଯେଉଁଥିରେ ଶାକାହାରୀ ଖାଇବା ଉପରେ ଗୁରୁତ୍ୱ ଦିଆଯାଇଛି।