ମଣିପୁର ଭାଇରାଲ ଭିଡିଓ ଘଟଣାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଉଭୟ ପୀଡିତା । ଏହି ମାମଲାରେ ହସ୍ତକ୍ଷେପ ଲୋଡି ପୀଡିତା ସୁପ୍ରିମକୋର୍ଟରେ ଏକ ଆବେଦନ ଦାୟର କରିଛନ୍ତି । ପୂର୍ବରୁ କୋର୍ଟ ଏହି ମାମଲାକୁ ନିଜ ଆଡୁ ନେଇ ସାରିଛନ୍ତି । ସେହି ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୋର୍ଟ କହିଥିଲେ କଣ କାର୍ଯ୍ୟାନୁଷ୍ଠାନ ନେଇଛ ଜଣାଅ । ତେଣୁ ପ୍ରଧାନ ବିଚାରପତି ଆଜି ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡିଛି । ମେ ୪ରେ ଘଟିଥିବା ଏହି ଦୁଷ୍କର୍ମ ଓ ବିବସ୍ତ୍ର କରି ରାସ୍ତାରେ ଚଲାଇବା ଭଳି ବର୍ବୋରୋଚିତ ମାମଲାରେ ପୀଡିତା ମଣିପୁର ସରକାର ଏବଂ କେନ୍ଦ୍ର ବିରୋଧରେ ଆବେଦନ ଦାଖଲ କରିଛନ୍ତି । ପୀଡିତା ମହିଳାମାନେ ସୁପ୍ରିମକୋର୍ଟଙ୍କୁ ତାଙ୍କର ପରିଚୟ ସାର୍ବଜନୀନ ନକରିବାକୁ ଅନୁରୋଧ କରିଛନ୍ତି । ମେ ୪ରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାର ସିବିଆଇ ତଦନ୍ତ କରୁଛି । ଏହି ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ