ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ ଜଣିଆ ସାଂସଦ ପ୍ରତିନିଧି ଦଳ ମଣିପୁର ଗସ୍ତରୁ ଫେରିଛନ୍ତି । ମଣିପୁର ସ୍ଥିତି ସମୀକ୍ଷା ପରେ ରାଜ୍ୟପାଳଙ୍କୁ ଭେଟିବା ସହ ଏକ ସ୍ମାରକପତ୍ର ଦେଇଛନ୍ତି । ରାଜ୍ୟରେ ଶାନ୍ତି ଏବଂ ସଦଭାବ ଫେରାଇ ଆଣିବା ପାଇଁ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିବାକୁ ବିରୋଧୀ ସାଂସଦ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବା ଲାଗି ସେମାନେ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି । ସ୍ମାରକପତ୍ରରେ ବିରୋଧୀ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ଭର୍ତ୍ସନା କରିଛନ୍ତି ବିରୋଧୀ । ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମଣିପୁର ପ୍ରସଙ୍ଗରେ ବିଫଳ ହୋଇଛନ୍ତି । ତେବେ ପ୍ରାୟ ୩ ମାସ ଧରି ଚାଲିଥିବା ହିଂସାରେ ୧୪୦ରୁ ଅଧିକ ଲୋକେ ପ୍ରାଣ ହରାଇଲେଣି । ୫ ହଜାରରୁ ଅଧିକ ଲୋକଙ୍କ ଘର ପୋଡି ଦିଆଯାଇଥିବା ବେଳେ ୬୦ ହଜାରରୁ ଅଧିକ ଲୋକେ ସ୍ଥାନାନ୍ତର ହୋଇଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍