ମଣିପୁର ହିଂସା ମାମଲାରେ ଆକ୍ସନ୍ ମୋଡରେ ସିବିଆଇ । ହିଂସା ଓ ଷଡ଼ଯନ୍ତ୍ର ସଂପର୍କିତ ୬ଟି ଏଫଆଇଆର ରୁଜୁ କରିଛି ସିବିଆଇ । ମାମଲାରେ ଏପର୍ଯ୍ୟନ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ତଦନ୍ତକାରୀ ସଂସ୍ଥା । ଭାଇରାଲ୍ ଭିଡିଓ ମାମଲାରେ ସିବିଆଇ ଆଉ ଏକ ନୂଆ ଏଫଆଇଆର ରୁଜୁ କରିବ । ମଣିପୁର ହିଂସା ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ଦିଆଯାଇଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏଥିସହ ମାମଲାର ବିଚାର ମଣିପୁର ବାହାରେ କରିବା ପାଇଁ ଅନୁମତି ଦେବାକୁ ଆବେଦନ କରିଛି । ଏନେଇ କେନ୍ଦ୍ର ଗୃହ ସଚିବ ଆଜି ସର୍ବୋଚ୍ଚ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ମାମଲାର ଫାଷ୍ଟଟ୍ରାକ୍ ବିଚାର ପାଇଁ କୋର୍ଟରେ ଆବେଦନ କରାଯାଇଛି । ଚାର୍ଜସିଟ୍ ଦାଖଲ କରିବାର ୬ ମାସ ମଧ୍ୟରେ ମାମଲାର ବିଚାର ସାରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର କୋର୍ଟଙ୍କୁ ନିବେଦନ କରିଛି । ହିଂସା ପ୍ରଭାବିତ ଲୋକଙ୍କ ପୁନଃଥଇଥାନ ନେଇ ମଣିପୁର ସରକାର ନେଉଥିବା ପଦକ୍ଷେପ ସଂପର୍କରେ ମଧ୍ୟ କୋର୍ଟଙ୍କୁ ଅବଗତ କରିଛନ୍ତି କେନ୍ଦ୍ର ସରକାର ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ