The Topmost

“The eyes believe themselves, the ears believe other people.”

ବଢିଲା ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କରିଥିବା ଆବେଦନ ଉପରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଶୁଣାଣି କରି ସଂଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଶୁଣାଣି ବେଳେ ସଲିସିଟର ଜେନରାଲ ତୁଷାର ମେହଟ୍ଟା କହିଛନ୍ତି କି, ଆମେ ସମସ୍ତ ଆବେଦନକାରୀଙ୍କୁ ଅବଗତ କରିଛୁ । ଆମେ ଜାଣିଛୁ ଯେ ଆପଣ ସେମାନଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ପରିସ୍ଥିତି ଅସାଧାରଣ ଅଟେ । ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ ଗସ୍ତ ନଭେମ୍ବରରେ ହେବ । ଏହା ଉପରେ ଜଷ୍ଟିସ ବି,ଆର ଗବଇ କହିଛନ୍ତି କି, ଆପଣ ଏଭଳି ଛବି ତିଆରି କରିବାକୁ ଯାଉଛନ୍ତି କି, ଯେମିତି ସଂଜୟ କୁମାର ମିଶ୍ରାଙ୍କ ବ୍ୟତୀତ ଏହି ବିଭାଗରେ ଥିବା ଅନ୍ୟ କର୍ମଚାରୀମାନେ ଅଯୋଗ୍ୟ । ମାତ୍ର ଅଧିକାରୀ ସଂଜୟ କୁମାର ମିଶ୍ରା ଜଣେମାତ୍ର ଯୋଗ୍ୟ ଅଧିକାରୀ କି ବୋଲି ବିଚାରପତି ପ୍ରଶ୍ନ କରିଥିଲେ ।