The Topmost

“The eyes believe themselves, the ears believe other people.”

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣ

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଉତ୍ୟକ୍ତ ପ୍ରଦର୍ଶନକାରୀଙ୍କ ଆକ୍ରମଣ । ମୁଖ୍ୟମନ୍ତ୍ରୀ କାନରାଡ ସାଙ୍ଗମା ଧାରଣାରତ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରୁଥିବା ବେଳେ ଏହି ଆକ୍ରମଣ ହୋଇଛି । ହଠାତ୍ ଶତାଧିକ ବିକ୍ଷୋଭକାରୀ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ପ୍ରତିରୋଧ କରିଥିଲେ ସୁରକ୍ଷା କର୍ମୀ । ଯାହାକୁ ନେଇ ସୁରକ୍ଷାକର୍ମୀ ଓ ପ୍ରତିବାଦକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଏଥିରେ ଉତ୍ତ୍ୟକ୍ତ ହୋଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଢେଲା ପଥର ମାଡ କରିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଗେଟ ଭାଙ୍ଗି ଦେବାକୁ ଉଦ୍ୟମ କରିଥିଲେ । ଉତ୍ତ୍ୟକ୍ତ ଭିଡକୁ ଘଉଡାଇବାକୁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିବା ସୂଚନା ମିଳିଛି । ସେପଟେ ବିକ୍ଷୋଭକାରୀଙ୍କ ଆକ୍ରମଣରେ ୫ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଉଦବେଗର କଥା ହେଉଛି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆକ୍ରମଣ କରିଛନ୍ତି ଶତାଧିକ ପ୍ରତିବାଦକାରୀ । ତେବେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଓ ସ୍ଥିତିକୁ ସୁରକ୍ଷାକର୍ମୀ ନିୟନ୍ତ୍ରଣ କରିଥିବା ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।