ଉତ୍ତରପୂର୍ବ ଚୀନର ୩୪ ମିଡିଲ ଇଷ୍ଟ କିକିହାରରେ ଥିବା ଏକ ସ୍କୁଲର ଜିମ୍ ଖାନା ଭୁଶୁଡିପଡିଛି । ଫଳରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଭଙ୍ଗା ଛାତ ତଳେ ଦବି ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି । ତେବେ ରବିବାର ଅପରାହ୍ନରେ ଏଭଳି ଅଘଟଣା ଘଟିଥିଲେ ବି ଏଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ରହିଛି । ସୂଚନା ଅନୁସାରେ, ନିର୍ମାଣକାରୀମାନେ ଛାତ ଉପରେ ‘ପର୍ଲାଇଟ୍’ ବା ଏକ ଜାତୀୟ କାଚ ରଖିଥିଲେ । ପ୍ରବଳ ବର୍ଷା ଯୋଗୁଁ ଉକ୍ତ ‘ପର୍ଲାଇଟ୍’ ସମ୍ପ୍ରସାରିତ ହୋଇଯିବାରୁ ଛାତ ଭୁଶୁଡ଼ି ପଡ଼ିଥିଲା । ଯେଉଁମାନେ ନିର୍ମାଣକାରୀ କମ୍ପାନି ଦାୟିତ୍ୱରେ ଥିଲେ ସେମାନଙ୍କୁ ପୁଲିସ ହାଜତକୁ ନେଇଛି । ସେପଟେ ଘଟଣାରେ ଜିମର ନିର୍ମାଣ ଦାୟିତ୍ୱରେ ଥିବା କନଷ୍ଟ୍ରକ୍ସନ୍ କମ୍ପାନୀକୁ ମଧ୍ୟ ରିପୋର୍ଟ ତଲବ କରାଯାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ