ପୋର୍ଟ ସୁଦାନ ଏୟାରପୋର୍ଟରେ ବିମାନ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ମୃତକଙ୍କ ମଧ୍ୟରେ ୪ଜଣ ସୈନିକଙ୍କ ସହ ଜଣେ ଶିଶୁ ରହିଥିବା ଜଣାପଡିଛି । ତେବେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଥିବା ସେନା ପକ୍ଷରୁ କୁହାଯାଇଛି । ସୂଚନା ମୁତାବକ, ସୁଦାନ ସେନା ଓ ଅର୍ଦ୍ଧସୈନିକ ଦଳ ମଧ୍ୟରେ ଏପ୍ରିଲ ୧୫ ତାରିଖରୁ ଆରମ୍ଭ ହୋଇଥିବା ଯୁଦ୍ଧକୁ ରବିବାର ୧୦୦ ଦିନ ପୁରିଛି । ଏହା ମଧ୍ୟରେ ଦାରକୁର ଅଞ୍ଚଳରେ ରକେଟ୍ ମାଡ ଯୋଗୁଁ ୧୬ଜଣଙ୍କର ମୃତ୍ୟୁ ହୋଇଛି । ଏଥିପାଇଁ ଦାରକୁର ଅଞ୍ଚଳରୁ ଲୋକେ ଅନ୍ୟତ୍ର ପଳାୟନ କରୁଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ