ଦେଶର ଅଧାରୁ ଅଧିକ ରାଜ୍ୟରେ ବନ୍ୟା ବିଭୀଷିକା । ବାଦଲ ଫଟା ବର୍ଷା ଯୋଗୁଁ ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚର ପାଣି । ଘରେ ଘରେ ପଶିଛି ପାଣି । ଘର ଭିତରେ ପାଣି ପଶିଯାଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗୋଟିଏ ପଟେ ଘର ଭିତରେ ବନ୍ୟା, ଅନ୍ୟପଟେ ପ୍ରବଳ ବର୍ଷା । ଲୋକେ ନାଁ ଘରେ ରହିପାରୁଛନ୍ତି ନାଁ ବାହାରେ । ମହାରାଷ୍ଟ୍ର, ଗୁଜୁରାଟ, ଜମ୍ମୁ-କଶ୍ମୀର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ପରିସ୍ଥିତି ସହ ଭୂସ୍ଖଳନ ହୋଇଛି । ଉତ୍ତରପ୍ରଦେଶର ବିଜନୋରର କୋଟାବାଲି ନଦୀର ଜଳସ୍ତର ବଢ଼ିଯିବାରୁ ପରିସ୍ଥିତି ଭୟଙ୍କର । ହରିଦ୍ୱାର ଯାଉଥିବା ଏକ ବସ୍ ନଦୀ ଜଳରେ ଫସିଯାଇଥିଲା । ତୁରନ୍ତ ଘଟଣାସ୍ଥଳରେ ଜେସିବି ପହଁଚି ୪୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । ଲଗାତର ଭାବେ କିଛି ଦିନ ହେବ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ଲୋକମାନେ ଭୟଭୀତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ