The Topmost

“The eyes believe themselves, the ears believe other people.”

ହୀରାକୁଦକୁ ନେଇ ଅପପ୍ରଚାର

ହୀରାକୁଦକୁ ନେଇ ଅପପ୍ରଚାର । ମୋବାଇଲରେ ବୁଲୁଛି ଗୁଜବ କାହାଣୀ । ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ଖବର ନେଇ ଲୋକେ ଛାନିଆ । ବିଶ୍ବାସ ନ କରିବାକୁ କର୍ତ୍ତୃପକ୍ଷଙ୍କ ପରାମର୍ଶ । ହୀରାକୁଦରେ ବାହାରିଛି ବିରାଟ ସାପ । ପାଣିରେ ଦେଖାଦେଲେଣି ବିରାଟାକାୟ ମାଛ । ଏହି ମାଛ ଭାଙ୍ଗି ଦେବେ ହୀରାକୁଦ । ବନ୍ଧରେ ଦେଖାଦେଲାଣି ଫାଟ । ଏମତି ଅନେକ ଗୁଜବ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଏପରି ଖବରକୁ ନେଇ କିଛି ଲୋକ ବିଶ୍ବାସ କରୁଥିବାବେଳେ କିଛି ଲୋକଙ୍କ ମନରେ ଛନକା ପଶିଛି । ତେବେ ଏହା ଏକ ଗୁଜବ ଓ ଏଥିରେ ବିଶ୍ବାସ ନକରିବାକୁ କହିଛନ୍ତି ହୀରାକୁଦ କର୍ତ୍ତୃପକ୍ଷ । ସବୁଠାରୁ ବଡ଼କଥା ହେଲା ବାରମ୍ବାର ଏଭଳି ଅପପ୍ରଚାର ହେଉଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି । ସାମାନ୍ୟ କିଛି ଭୁଲ ପାଇଁ କିଛି ଲୋକ ନିଜ ୟୁ-ଟ୍ୟୁଭ୍ ପ୍ଲାଟଫର୍ମରେ ଏଭଳି ମିଛ ଓ ବିଭ୍ରାନ୍ତିକର ଖବର ଭାଇରାଲ କରୁଥିବାର ଦେଖିବାକୁ ମିଳୁଛି । ତେଣୁ ଏହି ସବୁ ଗୁଜବକୁ ବିଶ୍ବାସ ନକରିବା ପାଇଁ ବନ୍ଧ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ।