ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ଜାରଦାର ହଙ୍ଗାମା । ଆଜି ବି ମଣିପୁର ପ୍ରସଙ୍ଗରେ ବିରୋଧୀ ଜୋରଦାର ହଙ୍ଗାମା କରିଛନ୍ତି । ଗୃହ କାର୍ଯ୍ୟ ଆରମ୍ଭରୁ ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଯାହାଫାଲରେ ଗୋଟିଏ ମିନିଟ ବି ଚାଲିପାରିଲାନି ଲୋକସଭା ଗୃହକାର୍ଯ୍ୟ । ସରକାରଙ୍କଠାରୁ ଉତ୍ତର ମାଗି ବିରୋଧୀ ସାଂସଦ ମାନେ ସରକାର ବିରୋଧରେ ନାରାବାଜି କରିଥିଲେ । ରାଜ୍ୟସଭାରେ ବିରୋଧୀଙ୍କ ହଲ୍ଲାବୋଲ ଯୋଗୁଁ ଦିନ ସାଢ଼େ ୨ଟା ଯାଏଁ ଗୃହକାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ସେପଟେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଲୋକସଭାକୁ ଜୁଲାଇ ୨୪ ତାରିଖ ଯାଏଁ ସ୍ଥଗିତ ରଖାଯାଇଛି ।
More Stories
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା
ଶାସନକୁ ଆସୁ ଆସୁ ୩୭୦ ଉପରେ ଟାର୍ଗେଟ୍
ହରିୟାଣାରେ ଧର୍ମେନ୍ଦ୍ରଙ୍କୁ ବଡ ଦାୟିତ୍ବ