1999 ମସିହା କାର୍ଗିଲ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ଏୈତିହାସିକ ବିଜୟକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଜୁଲାଇ 26 ରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଇଥାଏ । ଯାହାକି LoC ର ଭାରତୀୟ ପାର୍ଶ୍ୱ “ଅପରେସନ୍ ବିଜୟ” ର ଏକ ଅଂଶ ବିଶେଷ । ଏହି ସଶସ୍ତ୍ର ସଂଘର୍ଷ ଲଦାଖର କାର୍ଗିଲରେ 60 ଦିନରୁ ଅଧିକ ସମୟ ଧରି ଚାଲିଥିଲା । ଏବଂ ଦେଶ 500 ରୁ ଅଧିକ ସୈନିକଙ୍କୁ ହରାଇଥିଲା । ପ୍ରତିବର୍ଷ ଏହି ଏୈତିହାସିକ ଦିନକୁ ପାକିସ୍ତାନ ଦ୍ୱାରା ସହିଦ ହୋଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥାଏ । 2023 ମସିହାରେ ଭାରତ କାର୍ଗିଲ ବିଜୟ ଦିବସର 24 ତମ ବାର୍ଷିକୀ ପାଳନ କରୁଛି । ଏହି ଦିନକୁ କାର୍ଗିଲ୍ ଯୁଦ୍ଧ କିମ୍ବା କାର୍ଗିଲ୍ ବିବାଦ ବୋଲି ମଧ୍ୟ କୁହାଯାଇଥାଏ । 1999 ରେ ଏହି ଦିନ, ଭାରତୀୟ ସୈନିକମାନେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଲଢିଥିଲେ । ଯେଉଁମାନେ ନିୟନ୍ତ୍ରଣ ସୀମା (LOC) କୁ ଭାରତୀୟ ଅଞ୍ଚଳରେ ପ୍ରବେଶ କରାଇଥିଲେ । ତେବେ 1999 ମସିହାରେ ମେ 8 ରୁ ଜୁଲାଇ 26 ପର୍ଯ୍ୟନ୍ତ ଏହି ଯୁଦ୍ଧ ଚାଲିଥିଲା । ଯେଉଁଥିରେ ଭାରତ ଅପରେସନ୍ ବିଜୟକୁ ସଫଳତାର ସହ ସମାପ୍ତ କରି ବିଜୟ ହାସଲ କରିଥିଲା ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ