ଆସନ୍ତା ୨୧ ତାରିଖରେ ରିଲିଜ ହେବ ଚଳଚିତ୍ର ଜହ୍ନ ରାତିର ସାଥୀ । ଗୁଣିଗାରେଡି, ଅନ୍ଧବିଶ୍ୱାସ, କୁସଂସ୍କାର କିପରି ସମାଜର କ୍ଷତି କରୁଛି ତାକୁ ନେଇ ଚଳଚିତ୍ରଟି ପର୍ଯ୍ୟବେଶିତ । ଏଥିରେ ବଶବର୍ତି ହୋଇ କିପରି ନୀରିହ ଲୋକଙ୍କ ଜୀବନ ଯାଉଛି ତାହା ଚଳଚିତ୍ରରେ ଦର୍ଶାଯାଇଛି । ଏବଂ ଏହି ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ କ’ଣ ପଦକ୍ଷେପ ନିଆଯାଉଛି ତାହା ଉପରେ ଫିଲ୍ମଟି ପର୍ଯ୍ୟବେଶିତ । ଆକୃତି ବ୍ୟାନରରେ ଏହି ନୂଆ ଫିଲ୍ମ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ମୁଖ୍ୟ ଚରିତ୍ରରେ ସମ୍ବିତ, ଶୀତଲ ପାତ୍ର ଅଭିନୟ କରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ସିଦ୍ଧାନ୍ତ ମହାପାତ୍ର । ଫିଲ୍ମର ଅଧିକାଂଶ ସିନ୍ ଦଶପଲା ଜଙ୍ଗଲ ଏବଂ ନରଣଗଡ଼ ପ୍ୟାଲେସରେ ସୁଟ ହୋଇଛି । ଜିତେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଜୋଜକ ଅଛନ୍ତି ଅଜୟ ରାଉତ ।
More Stories
ଅଧିକ ଯୋଗ୍ୟତା ହେଲା କାଳ, ଗୁଗଲ କମ୍ପାନୀରୁ ତଡାହେଲେ ଯୁବତୀ
କାହିଁକି ଦୁବାଇରୁ ମଗାଇଲେ ବୁଲେଟ୍ ପ୍ରୁଫ୍ ଗାଡି
ଫିଟିବ ରେମୋଙ୍କ ୧୧.୯୬ କୋଟି ଠକେଇ ଗୁମର