The Topmost

“The eyes believe themselves, the ears believe other people.”

ଆଜି ବସିବ ସର୍ବଦଳୀୟ ବୈଠକ

ଆସନ୍ତାକାଲି ଠାରୁ ସଂସଦର ମୌସୁମୀ ଅଧିବେଶନ । ଏନେଇ ଆଜି ବସିବ ସର୍ବଦଳୀୟ ବୈଠକ । ଅଧିବେଶନ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ନୂଆ ସଂସଦ ଭବନରେ ହେବାକୁ ଥିବା ଏହି ବୈଠକରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ । ଦରବୃଦ୍ଧି, ରେଳ ସୁରକ୍ଷା ଓ ମଣିପୁର ହିଂସା ଆଦି ପ୍ରସଙ୍ଗରେ ଶାସକ ଦଳକୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ । ଅନ୍ୟପକ୍ଷରେ ସରକାର ୨୧ଟି ନୂଆ ବିଲ ପାରିତ କରିବାକୁ ଚେଷ୍ଟା କରିବେ । ଜୁଲାଇ ୨୦ରେ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ ।