The Topmost

“The eyes believe themselves, the ears believe other people.”

ଲଗାଣ ବର୍ଷାରେ ବେହାଲ ମାଲକାନଗିରି

ଲଗାଣ ବର୍ଷାରେ ବେହାଲ ମାଲାକାନଗିରି ଜିଲ୍ଲା । ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୬୩ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ଗତକାଲି ସଂଧ୍ୟାରେ ପୋଟେରୁ ନଦୀ ଜଳସ୍ତର ବୃଦ୍ଧି ପାଇଥିବାରୁ ପୋଟେରୁ ପୋଲ ଉପରେ ପାଣି ଚାଲିବା ଆରମ୍ଭ ହୋଇଛି । ରାତି ୮ଟା ପରଠାରୁ ପୋଲ ଉପରେ ଦୁଇ ଫୁଟର ପାଣି ଚାଲୁଛି । ଫଳରେ ଉଭୟ ପଟରେ ଶହ ଶହ ଗାଡି ଅଟକି ରହିଛି । ପୋଲିସ ପକ୍ଷରୁ ଯାନବାହାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ପୋଲ ନିକଟରେ ଜଗି ରହିଛି ପୋଲିସ । ଫଳରେ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସେହିପରି କାଙ୍ଗୁରକୋଣ୍ଡା ପୋଲ ଉପରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ଫଳରେ ମାଲକାନଗିରିଠାରୁ ମେଟୁ ଦେଇ ହାଇଦ୍ରାବାଦକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବର୍ଷା ଯୋଗୁ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗକୁ ଏପରି ବର୍ଷା ଲାଗି ରହିଲେ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବା ସମ୍ଭାବନା ରହିଛି ।