ଆସନ୍ତା ୨୦ରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏନେଇ ଆଜି ବସିବ ବିଜେଡିର ସଂସଦୀୟ ଦଳ ବୈଠକ । ଗୃହରେ ଆଭିମୂଖ୍ୟ ନେଇ ବିଜେଡି ପ୍ରସ୍ତୁତ କରୁଛି ରଣକୌଶଳ । ଆଜି ସନ୍ଧ୍ୟା ୭ଟାରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ସଂସଦର ମୌସୁମୀ ଅଧିବେଶନରେ ଉଭୟ ଗୃହରେ ଦଳ କେଉଁ କେଉଁ ପ୍ରସଙ୍ଗ ସବୁ ଉଠାଇବ ତା ଉପରେ ଆଲୋଚନା ହେବ । ବିଶେଷକରି ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରି ବିଜେଡି ସଂସଦରେ ହକ୍ ମାଗିବ । ସଂସଦୀୟ ବୈଠକରେ ମୁଖ୍ୟମନ୍ତ୍ରୀ ସମସ୍ତ ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ