The Topmost

“The eyes believe themselves, the ears believe other people.”

ବିରୋଧୀ ବୈଠକରେ ଯୋଗଦେବେ କେଜ୍ରିଓ୍ବାଲ

ଆମ ଆଦମୀ ପାର୍ଟି ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ଦଳ ବୈଠକରେ ସାମିଲ ହେବା ନେଇ ଘୋଷଣା କରିଛି । ଏହି ବୈଠକରେ ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ଦଳର ଅନ୍ୟ ବଡ଼ ନେତା ସାମିଲ ହେବେ । ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ କଂଗ୍ରେସର ସମର୍ଥନ ମିଳିବା ପରେ ଏହି ନିଷ୍ପତ୍ତି ନେଇଛି ଆପ୍ । ରବିବାର ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢା ପ୍ରେସ କନଫରେନ୍ସ କରି ଏହାର ସୂଚନା ଦେଇଛନ୍ତି । ରାଘବ ଚଢା କହିଛନ୍ତି ଯେ ଆମ ଆଦମୀ ପାର୍ଟି ବିରୋଧୀ ଦଳ ବୈଠକରେ ସାମିଲ ହେବ । ବୈଠକରେ ସାମିଲ ହେବାକୁ ଅରବିନ୍ଦ କେଜରିୱାଲ, ଭଗବନ୍ତ ମାନ ଏବଂ ସଞ୍ଜୟ ସିଂହ ଆସନ୍ତାକାଲି ବେଙ୍ଗାଲୁରୁ ଯିବେ । ଉଲ୍ଲେଖଯୋଗ୍ୟ ବେଙ୍ଗାଲୁରୁରେ ୧୭ ଏବଂ ୧୮ ଜୁଲାଇରେ ବିରୋଧୀ ଦଳମାନଙ୍କୁ ନେଇ ବୈଠକର ଆୟୋଜନ ହେବ । ଏଥିରେ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏନଡିଏ ବିରୋଧରେ ବିରୋଧୀ ଦଳଙ୍କ ଏକତ୍ରିତତା ଉପରେ ନିଷ୍ପତ୍ତି ନିଆଯିବ ।