The Topmost

“The eyes believe themselves, the ears believe other people.”

Torrential rain causing flood.

ବଙ୍ଗୋପସାଗରରେ ବସା ବାନ୍ଧୁଛି ଘୂର୍ଣ୍ଣିବଳୟ

ବଙ୍ଗୋପସାଗରରେ ବସା ବାନ୍ଧୁଛି ଘୂର୍ଣ୍ଣିବଳୟ । ଉକ୍ତ ଘୂର୍ଣ୍ଣିବଳୟଟି ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବା ସହ ଆସନ୍ତା ୧୯ ତାରିଖରେ ଲୋ ପ୍ରେସରରେ ପରିଣତ ହେବାନେଇ ସୋଆର କେନ୍ଦ୍ର ପରିବେଶ ଏବଂ ଜଳବାୟୁ ବିଭାଗ ସୂଚନା ଦେଇଛି । ଏହା ୧୮ ତାରିଖରେ  ଉପକୂଳ ଓଡିଶା ଓ ଛତିଶଗଡ ମଧ୍ୟଦେଇ ଗତି କରିବ ଏବଂ ପରେ ପରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡକୁ ଗତି କରିବ ବୋଲି ସିଇସି ନିର୍ଦ୍ଦେଶକ ଡକ୍ଟର ଏସ.ସି.ସାହୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଲୋ ପ୍ରେସର ଧିରେ ଧିରେ ୨୦ ତାରିଖ ସନ୍ଧ୍ୟା କିମ୍ବା ୨୧ ତାରିଖରେ ଡିପ ଡିପ୍ରେସନରେ ପରିଣତ ହେବ । ଏହାର ପ୍ରଭାବରେ, ଉପକୂଳ ଓଡ଼ିଶା, ଉତ୍ତର ଓଡିଶା ଏବଂ ପଶ୍ଚିମ ଓଡିଶା ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଜୁଲାଇ ୨୦ ରୁ ୨୨ ମଧ୍ୟରେ ରାଜ୍ୟର ଉପକୂଳ, କେନ୍ଦ୍ରୀୟ ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଉପରେ ପ୍ରବଳରୁ ପ୍ରବଳ ବର୍ଷା ହେବ । ଏହି ସମୟ ମଧ୍ୟରେ ଉଭୟ ଓଡିଶା ଏବଂ ଛତିଶଗଡରେ ପ୍ରବଳ ବର୍ଷା ହୋଇପାରେ କିନ୍ତୁ ଜୁଲାଇ 22 ଏବଂ 23 ରେ ପଶ୍ଚିମ ଓଡିଶା ଏବଂ ଛତିଶଗଡରେ ଅଧିକ ବର୍ଷା ସମ୍ଭାବନା ରହିଛି ବୋଲି ଡାକ୍ତର ସାହୁ କହିଛନ୍ତି । ଏହାଦ୍ୱାରା ଓଡିଶାର ନଦୀରେ ଜଳ ସ୍ତର ବୃଦ୍ଧି ପାଇପାରେ ଏବଂ ପ୍ରବଳ ବର୍ଷା ସାରା ରାଜ୍ୟରେ ବୃଷ୍ଟିପାତର ଅଭାବକୁ ଦୂର କରିବ ବୋଲି ସେ କହିଛନ୍ତି ।