ରାଜ୍ୟରେ ୩୦୦ ଟପିଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୦୭ ଛୁଇଁଛି । ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରୁ ସର୍ବାଧିକ ଆକ୍ରାନ୍ତ ଭୁବନେଶ୍ୱରରୁ ରହିଛନ୍ତି । ଖୋର୍ଦ୍ଧା ପରେ ବାଲେଶ୍ୱରରୁ ୨୪, ପୁରୀ-କଟକରୁ ୧୭ ଜଣ ଲେଖାଏଁ, ଜଗତସିଂହପୁରରୁ ୧୩, ଯାଜପୁରରୁ ୧୨ ଓ ନୟାଗଡରୁ ୧୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଗତବର୍ଷ ଏହି ସମୟରେ କୋରାପୁଟରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଚଳିତଥର କିନ୍ତୁ କୋରାପୁଟରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ରାଜ୍ୟରେ ମୋଟ୍ ୨୦ଟି ଜିଲ୍ଲାକୁ ଡେଙ୍ଗୁ ବ୍ୟାପିଥିବା ଜଣାପଡିଛି । ୪୦ଟି ସ୍ଥାନରେ ନମୁନା ପରୀକ୍ଷା ହେଉଛି । ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ନମୁନା ପରୀକ୍ଷା ହୋଇଛି । ମୋଟ୍ ୧୪ ହଜାର ୩୭୨ ନମୁନା ପରୀକ୍ଷା ହୋଇଥିବା ବେଳେ ଖୋର୍ଦ୍ଧାରୁ ୩ ହଜାରରୁ ଅଧିକ ନମୁନା ପରୀକ୍ଷା ହୋଇଛି । ସେପଟେ ଆଗକୁ ବର୍ଷାର ପରିମାଣ ବଢିବ । ଏପରି ସ୍ଥିତିରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଆହୁରି ବଢିବା ନେଇ ବିଶେଷଜ୍ଞ ଆକଳନ କରିଛନ୍ତି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା