ଦେଶରେ ହୁ ହୁ ହୋଇ ବଢୁଛି ଟମାଟୋ ଦର । ଟମାଟୋର ଏଭଳି ଦରବୃଦ୍ଧି ପୂର୍ବରୁ କେବେ ଦେଖିନଥିଲେ ଖାଉଟି । ଟମାଟୋ ଦର ହ୍ରାସ କରିବାକୁ ସରକାର ବିଭିନ୍ନ ଉପାୟ ଆପଣାଉଥିଲେ ମଧ୍ୟ ଦର କମିବା ପରିବର୍ତ୍ତେ ବଢି ଚାଲିଛି । ଏବେ ଦେଶର କିଛି ସ୍ଥାନରେ ଟମାଟୋ ଦର ୨୫୦ ଟଙ୍କାରୁ ଅଧିକ ରହିଥିବା ବେଳେ ଚଣ୍ଡିଗଡର ଫୁଟକର ବଜାରରେ ଏହି ଦର କିଲୋଗ୍ରାମ ପିଛା ୩୫୦ ଟଙ୍କାରୁ ଅଧିକ ରହିଛି । ସରକାରଙ୍କ ପକ୍ଷରୁ ଟମାଟୋ ଉତ୍ପାଦିତ ହେଉଥିବା ରାଜ୍ୟରୁ ଏହାକୁ କିଣି ଅନ୍ୟ ରାଜ୍ୟରେ ବିକ୍ରି କରିବାକୁ ପ୍ରୟାସ କରିଛନ୍ତି । ଏହାସତ୍ତ୍ବେ ମଧ୍ୟ ଦର କମିବାର ନାଁ ଧରୁନାହିଁ । ସ୍ଥିତି ଏମିତି ହେଲାଣି ଯେ, ଗୋଟିଏ କିଲୋ ଟମାଟୋ ମୂଲ୍ୟରେ ୨ ଲିଟର ପେଟ୍ରୋଲ କିଣିପାରିବେ । ଚୀନ୍ ପରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଟମାଟୋ ଉତ୍ପାଦନ କରୁଥିବା ଦେଶ ହେଉଛି ଭାରତ । କିନ୍ତୁ ଚଳିତବର୍ଷ ମୌସୁମୀ ଆଗମନରେ ବିଳମ୍ବ କାରଣରୁ ଟମାଟୋ ଉତ୍ପାଦନ ପ୍ରଭାବିତ ହୋଇଥିଲା । ଯେଉଁଥିପାଇଁ ଟମାଟୋ ଦର ଏବେ ଆକାଶଛୁଆଁ ହୋଇ ସାରିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ