The Topmost

“The eyes believe themselves, the ears believe other people.”

ସୁଧୁରିବ ପାକିସ୍ତାନର ଆର୍ଥିକ ସ୍ଥିତି

ସୁଧୁରିବ ପାକିସ୍ତାନର ଆର୍ଥିକ ସ୍ଥିତି । ଆଇଏମଏଫ ପକ୍ଷରୁ ପାକିସ୍ତାନକୁ ୩ ବିଲିୟନ ଡଲାରର ଋଣ ସହାୟତା ନେଇ ଘୋଷଣା । ଗତ ୯ ମାସ ଧରି ପାକିସ୍ତାନ ସହ ଆଲୋଚନା ପରେ ଶେଷରେ ପାକିସ୍ତାନକୁ ସହାୟତା ପାଇଁ ଆଗେଇ ଆସିଛି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି । ଏହି ଆର୍ଥିକ ସହାୟତା ପରେ ଋଣ ଭାରରେ ବୁଡ଼ି ରହିଥିବା ପାକିସ୍ତାନକୁ ଆଶ୍ବସ୍ତି ମିଳିବା ସହ ଦରବୃଦ୍ଧିକୁ ନିୟନ୍ତ୍ରଣ କରିପାରିବେ । ୩ ବିଲିୟନ ଡଲାର ମଧ୍ୟରୁ ୧.୨ ବିଲିୟନ ଡଲାର ତୁରନ୍ତ ପାକିସ୍ତାନକୁ ଦିଆଯିବ । ଆଇଏମଏଫର ଆର୍ଥିକ ସହାୟତା ପରେ ପାକିସ୍ତାନର ମୁଦ୍ରା ବିନିମୟ ମୁଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଆଇଏମଏଫ ପୂର୍ବରୁ ସାଉଦି ଆରବ ମଧ୍ୟ ପାକିସ୍ତାନକୁ ଦୁଇ ବିଲିୟନ ଡଲାରର ସହାୟତା ଘୋଷଣା କରିଛି । ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ ସାଉଦି ଆରବ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ପାକିସ୍ତାନରେ ଭୟଙ୍କର ବନ୍ୟା ଓ ବାତ୍ୟା ହେବା ଯୋଗୁଁ ବ୍ୟାପକ ପରିମାଣରେ କ୍ଷତି ସହିଥିଲା । ଏହାପରେ ଖାଦ୍ୟ ସାମଗ୍ରୀ ଦର ସହ ଡଲାର ତୁଳନାରେ ପାକିସ୍ତାନ ମୁଦ୍ରାର ସ୍ଥିତି ଅତି ଭୟଙ୍କର ସ୍ଥିତିରେ ପହଞ୍ଚିଥିଲା ।