ରାଜ୍ୟରେ ନିବେଶର ସମ୍ଭାର । ୧୧ଟି ଶିଳ୍ପ ପ୍ରକଳ୍ପକୁ ମିଳିଛି ଅନୁମୋଦନ । ୧୧୯ ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୩ ହଜାର ୨୬୬ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହାଦ୍ବାରା ୯ ହଜାର ୧୪୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଧାତବ ଡାଉନଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ କ୍ଷେତ୍ର, ରାସାୟନିକ ପଦାର୍ଥ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ପ୍ରକ୍ରିୟାକରଣ, ପ୍ଲାଷ୍ଟିକ, ବୟନ ପୋଷାକ, ଆଇଟି ଏବଂ ଇଏସଡିଏମ ଏବଂ ଅକ୍ଷୟ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଅନୁମୋଦିତ ପ୍ରକଳ୍ପଗୁଡ଼ିକ ବାଲେଶ୍ବର, ବଲାଙ୍ଗୀର, କଳାହାଣ୍ଡି, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ । ଖୋର୍ଦ୍ଧାରେ ନେଷ୍ଟଲ ଇଣ୍ଡିଆ ଲିମିଟେଡ୍ ତରଫରୁ ୮୯୦ କୋଟି ଟଙ୍କାରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯିବ । ଏଥିରେ ୮୦୦ରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବ । ଖୋର୍ଦ୍ଧାରେ ମେସର୍ସ କଲଗଟୋଜ୍ ଗାର୍ମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ୨୦୦ କୋଟି ଟଙ୍କାରୁ ଅଧି୍କ ବିନିଯୋଗରେ ୧.୨ ମେଗାଓ୍ବାଟ୍ ରୁଫ୍ ଟପ୍ କ୍ୟାପ୍ଟିଭ୍ ସୋଲାର ପାଓ୍ବାର ପ୍ଲାଣ୍ଟ ସହିତ ଏକ ସମନ୍ବିତ ପୋଷାକ ଉତ୍ପାଦନ କାରଖାନା ସ୍ଥାପନ କରିବ । ଏହାଦ୍ବାରା ୪୮୨୦ରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବ ।
More Stories
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ
4 ଡିଗ୍ରି ଶୀତରେ ଥରୁଛି ସାରା କନ୍ଧମାଳ