ପଶ୍ଚିମବଙ୍ଗରେ ପୁଣି ଥରେ ହେବ ପଞ୍ଚାୟତ ନିର୍ବାଚନ । ୬୯୬ ବୁଥ୍ରେ ସାନି ମତଦାନ ହେବ । ପଞ୍ଚାୟତ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ଓ ବୁଥ କବ୍ଜା ପରେ ଏହି ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ସଂଧ୍ୟା ୫ଟା ଭିତରେ ଲୋକେ ମତଦାନ କେନ୍ଦ୍ରକୁ ଆସି ପୁନଃ ମତଦାନ କରିବେ । ମୁର୍ଶୀଦାବାଦ୍ର ୧୭୫ଟି ବୁଥ୍ରେ, ମାଲଦାର ୧୧୨, ନଦୀଆର ୮୯, ଉତ୍ତର ୨୪ ପ୍ରଗଣାର ୪୬, ଦକ୍ଷିଣ ୨୪ ପ୍ରଗଣାର ୩୬, ପୂର୍ବମେଦିନୀପୁରର ୩୧, ହୁଗୁଳିର ୨୯, ଦକ୍ଷିଣ ଦିନାଜପୁରର ୧୮, ଜାଲପାଇଗୁରୀର ୧୪, ବୀରଭୂମୀର ୧୪, ପଶ୍ଚିମ ମେଦିନାପୁରର ୧୦, ବାଙ୍ଗରାର ୮, ହାୱଡ଼ାର ୮, ପଶ୍ଚିମ ବର୍ଦ୍ଧମାନର ୬, ପୁରୁଲିର ୪, ପୂର୍ବ ବର୍ଦ୍ଧମାନର ୩ ଓ ଆଲିପୁରଦୁଆରର ଗୋଟିଏ ବୁଥ୍ରେ ସାନି ମତଦାନ ହେଉଛି । ସେପଟେ ପଶ୍ଚିମବଙ୍ଗରେ ନିର୍ବାଚନ ସରିଥିଲେ ବି ଥମୁନି ହିଂସା । ହିଂସାରେ ଏପର୍ଯ୍ୟନ୍ତ ଗଲାଣି ୧୯ ଜଣଙ୍କ ଜୀବନ । ଶନିବାର ମତଦାନ ହୋଇଥିବା ବେଳେ, ବିଭିନ୍ନ ସ୍ଥାନରେ ହିଂସା ଓ ବୋମାମାଡ଼ ହୋଇଥିଲା । ଯେଉଁଥିରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ