ଭର୍ଚୁଆଲ ମୋଡରେ ଏସସିଓ ବୈଠକ

ପ୍ରଧନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏସସିଓ ବୈଠକ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପାକିସ୍ତାନ ରାଷ୍ଟ୍ରପତି ଶେହବାଜ ସରିଫ ସାମିଲ ହୋଇଥିଲେ। ରୁଷରେ ୱାଗନ ଗୋଷ୍ଠୀର ବିଦ୍ରୋହ ପରେ ପୁଟିନ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି। ଏସସିଓରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୟୁରେସିଆର ଶାନ୍ତି, ସମୃଦ୍ଧି ଏବଂ ବିକାଶ ପାଇଁ ଏସସିଓ ହେଉଛି ଏକ ପ୍ରମୁଖ ପ୍ଲାଟଫର୍ମ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏସସିଓରେ ସୀମାପାର ଆତଙ୍କବାଦକୁ କଡ଼ା ସମାଲୋଚନା କରି କହିଛନ୍ତି, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବାପାଇଁ ଏସ୍‌ସିଓର ସବୁ ରାଷ୍ଟ୍ର ସହଯୋଗ କରିବା ଆବଶ୍ୟକ। ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ କହିଥିଲେ ଯେ ଏସ୍‌ସିଓ ରାଷ୍ଟ୍ରମାନେ ସେମାନଙ୍କ ଆର୍ଥିକ ସୁଧାରକୁ ତ୍ବରାନ୍ବିତ କରିବା ପାଇଁ ଏକଜୁଟ ହୋଇ କାମ କରିବାକୁ ହେବ। ଏହା ସହିତ ଆଞ୍ଚଳିକ ଶାନ୍ତି ଓ ସୁରକ୍ଷା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଏସ୍‌ସିଓ ସମ୍ମିଳନୀରେ କାଜାଖସ୍ତାନ, କିରଗିଜସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ ଏବଂ ଇରାନର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।

SHARE BY