ଗୁଜରାଟରେ ବନ୍ୟା ପ୍ରଳୟ । ମୌସୁମୀ ବର୍ଷା ଆସୁ ଆସୁ ବେହାଲ ହେଲାଣି ରାଜ୍ୟର ସ୍ଥିତି । ନଦୀ ଗୁଡିକୁ ଦେଖିଲେ ଭୟ ଲାଗୁଛି । ବନ୍ୟା ପାଣିରେ ଉବୁଟୁବୁ ରାଜ୍ୟର ଅଧିକାଂଶ ନଦୀ । ବିଶେଷ କରି ଦକ୍ଷିଣ ଓ ପୂର୍ବ ଗୁଜରାଟରେ ସ୍ଥିତି ସଂଗୀନ ହେବାରେ ଲାଗିଛି । କେଉଁଠି ପୋଲ ଭୁଷୁଡିଯାଉଛି ତ ପୁଣି କେଉଁଠି ଘରଦ୍ୱାରା ବନ୍ୟା ପାଣିରେ ଫଶି ରହିଛି । ଗାଇଗୋରୁ ଧନଜୀବନ ସବୁ କିଛି ଭାସିଯାଇଛି ବନ୍ୟା ପାଣିରେ । ସେପଟେ ଭୁସ୍କଳନ ଯୋଗୁଁ ଘରଦ୍ୱାର ଭାଙ୍ଗି ମାଟିରେ ମିଶିଯାଇଛି । ନବସାରୀ, ଅହମଦାବାଦ, ଜାମନଗର, ଜୁନାଗଡ, ଗାନ୍ଧୀନଗର, କଚ୍ଛ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ବନ୍ୟାରେ ଫଶି ରହିଥିବା ଲୋକଙ୍କୁ ସେନା ସାହାର୍ଯ୍ୟରେ ଉଦ୍ଧାର କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଶିବିର ନିର୍ମାଣ କରାଯାଇ ବନ୍ୟା ବିପନ୍ନଙ୍କୁ ଥଇଥାନ କରାଯାଉଛି । ମଧ୍ୟ ବନ୍ୟା ବିଭିଷୀକା ଦେଖିବାକୁ ମିଳିଛି । ସେପଟେ ସ୍ଥିତିକୁ ଦେଖି ଆସନ୍ତା କିଛି ଦିନ ପାଇଁ ସମସ୍ତ ସ୍କୁଲ ବନ୍ଦ ରଖିବାକୁ କୁହାଯାଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ