The Topmost

“The eyes believe themselves, the ears believe other people.”

ଜୁଲାଇ ୧୩ରେ ଚନ୍ଦ୍ରଯାନ ଉତକ୍ଷେପଣ

ଭାରତରେ ଚନ୍ଦ୍ରଯାନ-୩କୁ ନେଇ ଲାଗି ରହିଥିବା ଅପେକ୍ଷା ଶେଷ ହୋଇଛି । ଏହି ମହାକାଶ ଯାନକୁ ଚନ୍ଦ୍ରରେ ଅବତରଣ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି  । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଜୁଲାଇ ୧୩ ତାରିଖରେ ଚନ୍ଦ୍ରଯାନ-୩କୁ ଉତକ୍ଷେପଣ କରିବ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା କେନ୍ଦ୍ରରୁ ଅପରାହ୍ନ ୨ଟାରେ ଚନ୍ଦଯାନ -୩ର ଉତକ୍ଷେପଣ କରାଯିବ । ଯଦି ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ହେବ ତେବେ ବିଶ୍ୱରେ ଭାରତ ଏହି ମାମଲାରେ ଚତୁର୍ଥ ଦେଶ ଭାବେ ପରିଗଣିତ ହେବ । ଏହା ପୂର୍ବରୁ ଋଷିଆ, ଆମେରିକା ଓ ଚାଇନା ନିଜର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରାଇସାରିଛନ୍ତି । ସୂଚନା ଥାଉକି ଚନ୍ଦ୍ରଯାନ-୨ ଅଭିଯାନ ୨୦୧୯ ଜୁଲାଇ ୨୨ ତାରିଖରେ ଆରମ୍ଭ ହୋଇଥିଲା । ଏହାର ୨ମାସ ପରେ ୨୦୧୯ ସେପ୍ଟେମ୍ବର ୭ ତାରିଖରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାକୁ ଯାଇ ଦୁର୍ଘଟଣାରେ ଶିକାର ହୋଇଥିଲା । ସେବେଠାରୁ ଭାରତ ପକ୍ଷରୁ ଚନ୍ଦ୍ରଯାନ-୩ ଅଭିଯାନ ପାଇଁ ପ୍ରସ୍ତୁତି ଚଳାଇଛି ।