The Topmost

“The eyes believe themselves, the ears believe other people.”

ବାହୁଡ଼ା ପାଇଁ ପ୍ରଶାସନର ଜାରଦାର ପ୍ରସ୍ତୁତି

ଆଜି ପବିତ୍ର ବାହୁଡା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଫେରିବେ ମହାପ୍ରଭୁ । ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ ଠାକୁର । ଆଗେଇ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି । ନାକଚଣା ଦ୍ୱାରରେ ଦଣ୍ଡାୟମାନ ତିନି ରଥ । ବଡଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ପ୍ରଶାସନ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବାହୁଡ଼ା ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ବୁଧବାର ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ହେବ। ସାଢ଼େ ୨ଟା ସୁଦ୍ଧା ପହଣ୍ଡି ଶେଷପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି । ତଥାପି ନୀତି ନିର୍ଘଣ୍ଟର ବହୁପୂର୍ବରୁ ପହଣ୍ଡି ଓ ରଥଟଣା ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ସେହି ଅନୁସାରେ ସେବାୟତଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ଆଲୋଚନା ଶେଷ ହୋଇଛି । ନୀତି ସଅଳ ସରିଲେ ସକାଳ ସାଢ଼େ ୭ଟାରୁ ପହଣ୍ଡି ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହି ଅନୁସାରେ ସଅଳ ପହଣ୍ଡି ସାରି ରଥ ଟାଣିବାକୁ ଲକ୍ଷ୍ୟ ରଖାଯାଇଛି । ବାହୁଡ଼ାଯାତ୍ରା ପାଇଁ ବି ବିଭିନ୍ନ ବ୍ଲକିଂ ପଏଣ୍ଟରେ ଆଜି ରାତିରୁ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ରଥଯାତ୍ରା ଭଳି ବିଭିନ୍ନ ସ୍ଥାନକୁ ଗାଡ଼ିମୋଟର ଡାଇଭର୍ଟ କରାଯାଇଛି ।