ଜନ୍ମବେଦୀରେ ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ଆଜି ନବମୀ ତିଥିରେ ଚତୁର୍ଦ୍ଧା ବିଗ୍ରହଙ୍କ ସନ୍ଧ୍ୟା ଦର୍ଶନ । ନବମୀ ସନ୍ଧ୍ୟା ଦର୍ଶନ ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏଁ ଚାଲିବ । ତେବେ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଥିବା ଭକ୍ତ ଅପରାହ୍ନ ୫ଟା ପରେ ବି ଦର୍ଶନର ସୁଯୋଗ ପାଇବେ । ଅପରାହ୍ନ ୫ଟା ପରେ ବାହୁଡା ଯାତ୍ରା ପାଇଁ ସ୍ବତନ୍ତ୍ର ନୀତିକାନ୍ତି ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ନବମୀ ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ । ଶ୍ରୀଗୁଣ୍ଡିଚା ଯାତ୍ରାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଗମନାଗମନ ନେଇ ଯେଉଁଭଳି ବ୍ୟବସ୍ଥା ହୋଇଥିଲା ବାହୁଡା଼ ଯାତ୍ରାରେ ମଧ୍ୟ ସମାନ ବ୍ୟବସ୍ଥା କରାଯିବ ।
More Stories
ଗଜପତି ମହାରାଜାଙ୍କୁ ମିଳେ ଏପରି ଭେଟି
ଆଶ୍ବିନ ମାସରେ ଦେବୀ ଦୂର୍ଗାଙ୍କ ଶହସ୍ର କୁମ୍ଭାଭିଷେକ
କଳସ ଉପରେ କାହିଁକି ଦିଆଯାଏ ଆମ୍ବଡାଳ