କାଇରୋରେ ରାଉଣ୍ଡଟେବୁଲ ବୈଠକ କରିବେ ମୋଦି

ଆମେରିକା ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ଶନିବାର ସନ୍ଧ୍ୟାରେ କାଇରୋରେ ପହଞ୍ଚିଛନ୍ତି। ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଇଜିପ୍ଟ ଗସ୍ତ । କାଇରୋ ବିମାନବନ୍ଦରରେ ମୋଦିଙ୍କୁ ଇଜିପ୍ଟର ପ୍ରଧାନମନ୍ତ୍ରୀ ମୁସ୍ତାଫା ମାଡବଲି ସ୍ୱାଗତ କରିଥିଲେ । ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ୨୬ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ଗସ୍ତ ପାଇଁ ଇଜିପ୍ଟରେ ପହଞ୍ଚିଛନ୍ତି। ଇଜିପ୍ଟର ପ୍ରଧାନମନ୍ତ୍ରୀଙ୍କ ସହ ଶନିବାର ସଂଧ୍ୟାରେ କାଇରୋରେ ଏକ ରାଉଣ୍ଡଟେବୁଲ ବୈଠକ କରିବେ ମୋଦି । ଏହାପରେ ସେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କ ସହ ଆଲୋଚନା କରିବେ।

SHARE BY