ଆଦାନି ଗ୍ରୁପ୍ର ପିଛା ଛାଡ଼ୁନି ହିଣ୍ଡେନ୍ବର୍ଗ ରିପୋର୍ଟ ଅଡ଼ୁଆ । ଗତ ଜାନୁଆରି ୨୪ରେ ଏହି ବିସ୍ଫୋରକ ରିପୋର୍ଟ ପ୍ରକାଶ ପାଇବା ପରଠାରୁ ଶିଳ୍ପପତି ଗୌତମ ଆଦାନି ବ୍ୟକ୍ତିଗତ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତାଙ୍କ ସଂସ୍ଥା ଆଦାନି ଗ୍ରୁପ୍ ମଧ୍ୟ କ୍ଷତି ସହିଛି । ଏହି ରିପୋର୍ଟର ପ୍ରଭାବ ଧୀରେଧୀରେ ଅପସରି ଯାଉଥିବା ବେଳେ ପୁଣିଥରେ ଆଦାନିଙ୍କ ଅଡ଼ୁଆ ବଢ଼ିଛି । ହିଣ୍ଡେନ୍ବର୍ଗ ଯେଉଁସବୁ ଗମ୍ଭୀର ଅଭିଯୋଗ ଆଣିଥିଲା ତାହାର ତଦନ୍ତ ଆମେରିକାରେ ଆରମ୍ଭ ହୋଇଛି । ନ୍ୟୁୟର୍କର ବ୍ରୁକ୍ଲିନ୍ରେ ଥିବା ଆମେରିକା ଆଟର୍ଣ୍ଣିଙ୍କ କାର୍ୟ୍ୟାଳୟ ପକ୍ଷରୁ ଆଦାନି ଗ୍ରୁପ୍ର ବିଭିନ୍ନ ସଂସ୍ଥାରେ ବଡ଼ଧରଣର ପୁଞ୍ଜିନିବେଶ କରିଥିବା ନିବେଶକମାନଙ୍କୁ ହାଜର ହେବାଲାଗି ନୋଟିସ୍ ପଠାଯାଇଛି। ଆମେରିକାର ପ୍ରତିଭୂତି ଓ ଏକ୍ସଚେଞ୍ଜ୍ କମିସନ ମଧ୍ୟ ଏହି ମାମଲାର ତଦନ୍ତ କରୁଛନ୍ତି। ହିଣ୍ଡେନ୍ବର୍ଗ ରିପୋର୍ଟ ପ୍ରକାଶ ପାଇବାପରେ ଆଦାନି ଗ୍ରୁପ୍ ଏହାର ଆମେରିକୀୟ ନିବେଶକମାନଙ୍କୁ କ’ଣ କହି ବୁଝାଇଥିଲା ତାହା ଆମେରିକା କର୍ତ୍ତୃପକ୍ଷ ଜଣାଇବାକୁ ଚାହୁଛନ୍ତି।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ