ଆଜି ଆଉ ତିନୋଟି ଜିଲ୍ଲାରେ ଖୋଲିଲା ସ୍କୁଲ । ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ଆଜିଠୁ ସ୍କୁଲ ଖୋଲିଛି । ଏହି ଜିଲ୍ଲାରେ ୨୪ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେଉଛି । ସକାଳ ୬ଟା ୩୦ରୁ ୧୦ଟା ଯାଏ ପାଠପଢା ହେଉଛି । ପରେ ୨୬ ତାରିଖରୁ ନିୟମିତ ସମୟାନୁସାରେ ବିଦ୍ୟାଳୟ ଚାଲିବ । ସେହିପରି ଆସନ୍ତାକାଲି, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏହି ଜିଲ୍ଲାରେ ସକାଳ ସାଢେ ୬ଟାରୁ ଦିନ ୧୦ଟା ଯାଏ କ୍ଲାସ ଚାଲିବ । ୨୬ ତାରିଖରୁ ନିୟମିତ ସମୟ ଅନୁସାରେ କ୍ଲାସ ହେବାନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ଗତକାଲିଠୁ ରାଜ୍ୟରେ ସ୍କୁଲ ଖୋଲିଛି । ତେବେ ଗ୍ରୀଷ୍ଣ ପ୍ରବାହ ପାଇଁ ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍କୁଲ ଖୋଲିବା ନିଷ୍ପତ୍ତି ନେବାକୁ ଦାୟିତ୍ବ ଦେଇଥିଲା ଗଣଶିକ୍ଷା ବିଭାଗ ।
More Stories
ମହିଳାଙ୍କୁ ଦେଖି ଉଲଗ୍ନ ହେଉଛି ଯୁବକ, ସିସିଟିଭିରେ କଏଦ୍ ଅସଭ୍ୟ କାଣ୍ଡ
ସୁଭଦ୍ରା ପୋର୍ଟାଲରେ ବାହାରିଲା ଅଯୋଗ୍ୟ ଲିଷ୍ଟ, କିଏ ଦେଇଛି ବାଦ୍
ବାତ୍ୟା ବାଲେଶ୍ବରରେ କରିପାରେ ଲ୍ୟାଣ୍ଡଫଲ୍, ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା