() ତାତିରୁ ମିଳିବ ମୁକ୍ତି । ଓଡ଼ିଶାକୁ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜିଠୁ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହେବ । ଆସନ୍ତାକାଲିଠୁ ଓଡ଼ିଶାରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଜିଠାରୁ ଆସନ୍ତକାଲି ପର୍ଯ୍ୟନ୍ତ କୌଣସି ସ୍ଥାନକୁ ହିଟଓ୍ବେଭ ଆଲର୍ଟ ଜାରି କରାଯାଇ ନାହିଁ । ବର୍ଷା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି । ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର କିଛି କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଛି । ଓଡ଼ିଶାରେ ମୌସୁମୀ ସକ୍ରିୟ ହେବାକୁ ଅନୁକୁଳ ବାତାବରଣ ରହିଛି । ଆଜି ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
More Stories
ମହିଳାଙ୍କୁ ଦେଖି ଉଲଗ୍ନ ହେଉଛି ଯୁବକ, ସିସିଟିଭିରେ କଏଦ୍ ଅସଭ୍ୟ କାଣ୍ଡ
ସୁଭଦ୍ରା ପୋର୍ଟାଲରେ ବାହାରିଲା ଅଯୋଗ୍ୟ ଲିଷ୍ଟ, କିଏ ଦେଇଛି ବାଦ୍
ବାତ୍ୟା ବାଲେଶ୍ବରରେ କରିପାରେ ଲ୍ୟାଣ୍ଡଫଲ୍, ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା