The Topmost

“The eyes believe themselves, the ears believe other people.”

ଯୁକ୍ତ-୨ ଆଡମିଶନ୍‌ ଆବେଦନ ତାରିଖ ଘୁଞ୍ଚିଲା

ଯୁକ୍ତ-୨ ଆଡମିଶନ୍‌ ନିମନ୍ତେ ଆବେଦନ ତାରିଖ ଘୁଞ୍ଚିଲା । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାମସ୍‌ ପୋର୍ଟାଲ୍‌ରେ ଆବେଦନ ତାରିଖକୁ ୨୬ ଜୁନ୍‌ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହାପରେ ଜୁଲାଇ ୨ରେ ପ୍ରକାଶ ପାଇବ ପ୍ରଥମ ମେଧା  ତାଲିକା । ପୂର୍ବରୁ ଆବେଦନର ଶେଷ ତାରିଖ ଆଜି ଅର୍ଥାତ ୨୦ ତାରିଖ ଧାର୍ଯ୍ୟ ରହିଥିଲା । ହେଲେ ଅଭିଭାବକ, ଅଧ୍ୟକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ଅନୁରୋଧ କ୍ରମେ ଏହି ଅବଧିକୁ ଆଜି ବୃଦ୍ଧି କରାଯାଇଛି । ଏକାଦଶ ଶ୍ରେଣୀ ପାଇଁ ସାମସ୍ (SAMS) ପୋର୍ଟାଲ (www.samsodisha.gov.in) ଜରିଆରେ ଆବେଦନ ତାରିଖକୁ ଜୁନ ପରିବର୍ତ୍ତେ ୨୬ ଜୁନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପ୍ରଥମ ପର୍ଯ୍ୟାୟ ଆଡମିଶନ ଯଥାକ୍ରମେ ୩ ଜୁଲାଇରୁ ଆରମ୍ଭ ହୋଇ ୮ ଜୁଲାଇ ମଧ୍ୟରେ ସମ୍ପାଦନ କରାଯିବ । ସେହିପରି ଦ୍ୱିତୀୟ ମେଧା ତାଲିକା  ଜୁଲାଇ ୧୬ ତାରିଖରେ ପ୍ରକାଶ ହେବା ସହିତ ଏହାର ଆଡମିଶନ ପ୍ରକ୍ରିୟା ୧୯ ଜୁଲାଇ ମଧ୍ୟରେ ସମ୍ପାଦନ କରାଯିବ । ସେହିପରି ଅନଲାଇନ ସ୍ପଟ ଚୟନ ଆଡମିଶନ ପ୍ରକ୍ରିୟା ୧୭ ଜୁଲାଇରୁ ଆରମ୍ଭ କରାଯାଇ ୨୭ ଜୁଲାଇ ସୁଦ୍ଧା ସମ୍ପାଦନ କରାଯିବ । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ୨୯ ଜୁଲାଇରେ ଏକାଦଶ ଶ୍ରେଣୀର ପାଠପଢ଼ା ଆରମ୍ଭ କରାଯିବ ।