ଆସାମରେ ବନ୍ୟା ସ୍ଥିତି ଭୟଙ୍କର । ବିପଦ ସଙ୍କେତ ଉପରେ ବ୍ରହ୍ମପୁତ୍ର । ଅନ୍ୟ ଶାଖା ନଦୀରେ ବି ଜଳସ୍ତର ବଢିଚାଲିଛି । ଲଗାଣ ବର୍ଷା ଯୋଗୁ ବଢୁଛି ଜଳସ୍ତର । ରାଜ୍ୟର ୧୦ ଜିଲ୍ଲାର ୩୭ ହଜାରରୁ ଅଧିକ ଲୋକ ଜଳବନ୍ଦୀ । ଗୌହାଟୀରେ ଭୂସ୍ଖଳନ ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସାରାରାଜ୍ୟରେ ନଦୀ ବନ୍ଧ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । ବର୍ଷା, ବନ୍ୟା ଯୋଗୁ ସାରାରାଜ୍ୟରେ ଅନେକ ସଡ଼କ, ସ୍କୁଲ ଆଦି କ୍ଷତିଗ୍ରସ୍ତ ହୋଇଥିବା ବେଳେ କେତେକ ବନ୍ୟାପାଣିରେ ବୁଡ଼ି ରହିଛି । ସେପଟେ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ରାଜସ୍ଥାନରେ ପ୍ରବଳ ବର୍ଷା ପରେ ବନ୍ୟାସ୍ଥିତି ଉପୁଜିଛି । ଜଲୋର, ସିରୋହି ଓ ବାଡମେରର ଅଧିକାଂଶ ଅଞ୍ଚଳ ଜଳମଗ୍ନ । ୪ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨ଶହ ମିମି ବର୍ଷା ରେକର୍ଡ ହୋଇଛି । ହଜାରେରୁ ଅଧିକ ଗାଁରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି । ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଥିବା ବେଳେ ଲୋକମାନଙ୍କୁ ସୁରକ୍ଷିତସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ