The Topmost

“The eyes believe themselves, the ears believe other people.”

ଆଜି ସାରା ରାଜ୍ୟରେ ବାତ୍ୟା ମକଡ୍ରିଲ୍

ଆଜି ସାରା ରାଜ୍ୟରେ ବାତ୍ୟା ମୁକାବିଲା ମକଡ୍ରିଲ୍ । ସମସ୍ତ ଜିଲ୍ଲା ସଦର ମହକୁମା, ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ, ଓ ବ୍ଲକ ସ୍ତରରେ ଏକ୍ସରସାଇଜ କରାଯିବ । ୮୭୯ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ସମ୍ଭାବ୍ୟ ବାତ୍ୟା ପୂର୍ବରୁ ସ୍ଥାନାନ୍ତରିତ ଲୋକମାନଙ୍କୁ କିପରି ସୁରକ୍ଷିତ ସ୍ଥାନାନ୍ତର କରାଯାଇପାରିବ ସେନେଇ ମକଡ୍ରିଲ କରାଯିବ । ଏହା ବ୍ୟତୀତ ଏହି ଆଶ୍ରୟସ୍ଥଳୀଗୁଡିକରେ ଥିବା ବିଭିନ୍ନ ଆପଦକାଳୀନ ଉପକରଣ ଓ ଯନ୍ତ୍ରପାତି ଏବଂ ଲାଇଟ୍ ଓ ଜେନେରେଟରଗୁଡିକୁ ମଧ୍ୟ ଯାଞ୍ଚ କରାଯିବ । ଆଶ୍ରୟସ୍ଥଳୀ ମାନଙ୍କରେ ଥିବା ଟାଓ୍ବାର ଲାଇଟ କାର୍ଯ୍ୟକ୍ଷମ ଉପରେ ଯାଞ୍ଚ କରି ସଚଳ ଟାଓ୍ବାର ଲାଇଟଗୁଡିକର ତାଲିକା ପ୍ରସ୍ତୁତ କରିବା ସହ ଏସମସ୍ତ ପ୍ରକ୍ରିୟାକୁ ସଠିକ ଭାବେ ସୁନିଶ୍ଚିତ କରାଯିବ । ସେହିପରି ଆଶ୍ରୟସ୍ଥଳୀ ମାନଙ୍କରେ ଥବା ଶକ୍ତିଚାଳିତ କରତ କାର୍ଯ୍ୟକାରିତା ଉପରେ ଯାଞ୍ଚ କରାଯିବ ।