ବିଭିନ୍ନ ସଂସଦୀୟ କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ମାନସ ମଙ୍ଗରାଜ ପର୍ଯ୍ୟବେକ୍ଷକ ନିଯୁକ୍ତ । ହିନ୍ଦୋଳ ଓ ଢେଙ୍କାନାଳ ବିଧାନସଭା କ୍ଷେତ୍ର ପାଇଁ ସୁଶାନ୍ତ ରାଉତଙ୍କୁ ନିଯୁକ୍ତି । ସେହିପରି ତେଲକୋଇ ବିଧାନସଭା କ୍ଷେତ୍ର ପାଇଁ ଅଶୋକ ବଳଙ୍କୁ ନିଯୁକ୍ତି । ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଶ୍ରୀମୟୀ ମିଶ୍ରଙ୍କୁ ନିଯୁକ୍ତି । ଅନୁଗୁଳ ଜିଲ୍ଲା ପାଇଁ କୁନ ବିହାରୀ ଦାସଙ୍କୁ ଉପପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ମିଳିଥିବାବେଳେ ପରଜଙ୍ଗ ଓ କାମାକ୍ଷାନଗର ବିଧାନସଭା କ୍ଷେତ୍ର ପାଇଁ ଆଶିଷ ଚକ୍ରବର୍ତ୍ତିଙ୍କୁ ନିଯୁକ୍ତି ଦେଲେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ବିଜେଡି ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ