The Topmost

“The eyes believe themselves, the ears believe other people.”

ଏନିସିପିରେ ବଢିବ କି କନ୍ଦଳ ?

ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନିସିପିରେ ବଢିବ କି କନ୍ଦଳ ? ଝିଅ ସୁପ୍ରିୟା ସୁଲେ ଏବଂ ଦଳର ଅନ୍ୟତମ ବରିଷ୍ଠ ନେତା ପ୍ରଫୁଲ ପଟେଲଙ୍କୁ ଶରଦ ପାୱାର କାର୍ଯ୍ୟକାରୀ ସଭାପତି ଭାବେ ଘୋଷାଣା କରିଛନ୍ତି । କିନ୍ତୁ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ବିରୋଧୀ ଦଳର ନେତା ପଦରେ ଥିବା ଅଜିତ ପାୱାରଙ୍କୁ କୌଣସି ନୂଆ ଦାୟିତ୍ୱ ମିଳିନାହିଁ । କିନ୍ତୁ ବିଭିନ୍ନ ସମୟରେ ବିଜେପି ସହ ସମ୍ପର୍କ ରଖି ମହାରାଷ୍ଟ୍ର ରାଜନୀତିକୁ ସରଗରମ କରୁଥିବା ଏହି ନେତାଙ୍କ ରଣନୀତି କଣ ହେବ ତାହା ଏବେ ଚର୍ଚ୍ଚାରେ । ଏନସିପିରେ ପାୱାରଙ୍କ ପୁତୁରା ଅଜିତଙ୍କର ଗୋଟିଏ ବଡ ପ୍ରଭାବ ରହିଛି । ଦଳର ଅନେକ ବିଧାୟକ ତାଙ୍କ ସମର୍ଥକ ବୋଲି ଚର୍ଚ୍ଚା ହୁଏ । ଏପରି ସ୍ଥିତିରେ ଦଳର କୌଣସି ବଡ ପଦ ନମିଳିବା ପରେ ଅଜିତଙ୍କ ଆଗାମୀ ରଣନୀତି କଣ ହେବ ତାହାକୁ ନେଇ ଚର୍ଚ୍ଚା । ସେପଟେ ପାୱାର ପରିବାରର ଅନ୍ୟତମ ନେତା ତଥା ଘରର ସଦସ୍ୟ ରୋହିତ ପାୱାର କହିଛନ୍ତି, ଦଳର ସମସ୍ତ ନେତା ଏକାଠି ଅଛନ୍ତି । କୌଣସି କନ୍ଦଳ ନାହିଁ । ଏନସିପିରେ ଗୋଟିଏ ନେତା ଗୋଟିଏ ପଦ ଲାଗୁ ହୋଇଛି । ଯେହେତୁ ଅଜିତ ପାୱାର ବିରୋଧୀ ଦଳ ନେତା ପଦରେ ଅଛନ୍ତି ତେଣୁ ତାଙ୍କୁ କୌଣସ ପଦ ଦିଆଯାଇନି । ଅନ୍ୟପଟେ ସୁପ୍ରିୟା ସୁଲେ ଓ ପ୍ରଫୁଲ ପଟେଲଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ କୌଣସି ସେଲିବ୍ରେସନ ହୋଇନାହିଁ । ଯାହାକି ଦଳରେ କିଛି ଠିକଠାକ ନଥିବା ଚର୍ଚ୍ଚାକୁ ଖୋରାକ ଯୋଗାଉଛି ।