ବସ୍ କଣ୍ଡକ୍ଟର ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଆଜି ଦିନକ ପାଇଁ କଣ୍ଡକ୍ଟର ସାଜି ବସରେ କାଟିବେ ଯାତ୍ରୀଙ୍କ ଟିକେଟ୍ । ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ଶକ୍ତି ଯୋଜନାର କରିବେ ଶୁଭାରମ୍ଭ । ସରକାରୀ ବସରେ ମହିଳାମାନଙ୍କୁ ମାଗଣା ଯାତ୍ରା ଲାଗି ଗତ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । ସେହି ପ୍ରତିଶ୍ରୁତି ଅନୁସାରେ ଆଜି ସିଦ୍ଧରମୈୟା ବସ୍ ଭିତରେ ମହିଳା ଯାତ୍ରୀଙ୍କୁ ଦେବେ ମାଗଣା ଟିକେଟ । କାର୍ଯ୍ୟକ୍ରମ ଅନୁସାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବେଙ୍ଗାଲୁରୁ ମେଟ୍ରୋ ପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ ବା ବିଏମଟିସି ବସରେ ଯାତ୍ରା କରିବେ ଓ ମହିଳା ଯାତ୍ରୀଙ୍କୁ ମାଗଣା ଟିକେଟ ପ୍ରଦାନ କରିବେ । ନିଜ ନିଜ ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲାରେ ମନ୍ତ୍ରୀ ଓ ବିଧାୟକମାନେ ଏହି ଯୋଜନାର ଶୁଭାରମ୍ଭ କରିବେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ବର୍ଗର ମହିଳା ଯେପରି ଏହି ସୁବିଧା ପାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ଜିଲ୍ଲା ଦାୟିତ୍ବରେ ଥିବା ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ସିଦ୍ଧରମୈୟା ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ