The Topmost

“The eyes believe themselves, the ears believe other people.”

ଦର୍ଶକ ଦେଖିବେ ପୁରୁଣା ପ୍ରେମକଥା

ଦର୍ଶକ ଦେଖିବେ ପୁରୁଣା ପ୍ରେମକଥା । ୨୨ ବର୍ଷ ପରେ ପୁଣିଥରେ ରିଲିଜ ହେଉଛି ସୁପରହିଟ ବଲିଉଡ ସିନେମା ’ଗଦ୍ଦର ଏକ ପ୍ରେମକଥା’ । ୨୦୦୧ ମସିହାର ବ୍ଲକବଷ୍ଟର ସିନେମା ’ଗଦ୍ଦର ଏକ ପ୍ରେମକଥା’ । ଅନିଲ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମା ୨ ଦଶନ୍ଧି ତଳେ ଚହଳ ପକାଇଥିଲା । ଯାହାକି ଆଜି ପୁନଃରିଲିଜ ହେବାକୁ ଯାଉଛି । ଗଦ୍ଦର-୨ର ସିକ୍ବେଲ ଆସନ୍ତା ଅଗଷ୍ଟ ୧୧ ତାରିଖରେ ରିଲିଜ ହେବାକୁ ଯାଉଛି । ଏହାପୂର୍ବରୁ ପ୍ରଥମ ଭାଗକୁ 4K କ୍ବାଲିଟିରେ ସିନେମା ହଲରେ ପୁନଃରିଲିଜ କରାଯାଉଛି । ପୂର୍ବରୁ ଏହାର ଟ୍ରେଲକୁ ଦର୍ଶକମାନେ ବେଶ୍ ପସନ୍ଦ କରିସାରିଛନ୍ତି । ୨୨ ବର୍ଷ ପରେ ପୁରୁଣା ଦର୍ଶକଙ୍କ ସହିତ ନୂଆ ଦର୍ଶକ ମଧ୍ୟ ଏହାର ମଜାନେବେ । ସନ୍ନି ଦେଓଲଙ୍କ ବ୍ଲକବୁଷ୍ଟର ସିନେମାକୁ ପୁଣିଥରେ ସିନେମା ହଲରେ ଦେଖିବାକୁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଭରିରହିଛି ।