The Topmost

“The eyes believe themselves, the ears believe other people.”

‘ମ୍ୟାନ୍ ଭରସେସ୍ ୱାଇଲ୍ଡ’ରେ ନଜର ଆସିବେ ପ୍ରିୟଙ୍କା-କୋହଲି ! 

ଡିସକୋଭରୀ ଚ୍ୟାନେଲର ଲୋକପ୍ରିୟ ଟିଭି ସୋ’ ‘ମ୍ୟାନ୍ ଭରସେସ୍ ୱାଇଲ୍ଡ’ରେ ନଜର ଆସିପାରନ୍ତି ବିରାଟ କୋହଲି କମ୍ବା ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ‘ମ୍ୟାନ୍ ଭରସେସ୍ ୱାଇଲ୍ଡ’ରେ ମୁଖ୍ୟ ଆକର୍ଷକ କୁହାଯାଉଥିବା ବେୟର୍ ଗ୍ରିଲ୍ସ ଏନେଇ କହିଛନ୍ତି, ପ୍ରିୟଙ୍କା ଚୋପ୍ରା ଜଣେ ନମ୍ବର ୱାନ୍ ସେଲିବ୍ରିଟି । ସେହିଭଳି ବିରାଟ୍ କୋହଲି ମଧ୍ୟ ଜଣେ ଲୋକପ୍ରିୟ କ୍ରିକେଟର । ଏହି ଦୁଇଜଣ ଲୋକଙ୍କ ପାଇଁ ପ୍ରେରଣା ମଧ୍ୟ । ତେଣୁ ଯଦି ଏହି ଦୁଇଜଣ ‘ମ୍ୟାନ୍ ଭରସେସ୍ ୱାଇଲ୍ଡ’ କାର୍ଯ୍ୟକ୍ରମକୁ ଆସନ୍ତି ତେବେ ଏହା ଆମ ପାଇଁ ଏକ ସୌଭାଗ୍ୟର ବିସୟ ହେବ । ତେବେ ବେୟର ଗ୍ରିଲ୍ସ କହିଛନ୍ତି, ମୁଁ ଆସନ୍ତା ମାସରେ ଭାରତ ଆସୁଛି । ସେଠାରେ ସୋ’ ସୁଟ୍ କରିବି । ତେବେ ବିରାଟ କୋହଲି କିମ୍ବା ପ୍ରିୟଙ୍କ ଚୋପ୍ରା କିଏ ଏହି ସୋ’ରେ ନଜର ଆସିବେ ତାହା ବେୟର ସ୍ପଷ୍ଟ କରିନାହାନ୍ତି ।