The Topmost

“The eyes believe themselves, the ears believe other people.”

ଆହତ ଯାତ୍ରୀଙ୍କୁ ଭେଟିବା ପରେ ମମତାଙ୍କ ପ୍ରତିକ୍ରିୟା

କଟକ ଏସସିବି ମେଡିକାଲରେ ଆହତ ଯାତ୍ରୀଙ୍କୁ ଭେଟିବା ପରେ ମମତାଙ୍କ ପ୍ରତିକ୍ରିୟା । ମମତା କହିଛନ୍ତି, ଦୁର୍ଘଟଣାରେ ଅନେକ ଜୀବନ ଚାଲିଯାଇଛି, ତେଣୁ ସତ ସାମ୍ନାକୁ ଆସିବା ନିହାତି ଦରକାର । ଏବେ ଯୁକ୍ତି କରିବାର ସମୟ ନୁହେଁ, ସିବିଆଇ ତଦନ୍ତ କରୁ । କିନ୍ତୁ ସତ ସାମ୍ନାକୁ ଆସୁ ବୋଲି କହିଛନ୍ତି ମମତା । ଏହାସହ ମମତା କହିଛନ୍ତି. ଟ୍ରେନ୍ ଦୁର୍ଘଟଣା ପରେ ଯେଉଁଭଳି ସହଯୋଗ ମିଳିଛି ଓ ଉଦ୍ଧାରକାର୍ଯ୍ୟ କରାଯାଇଛି ସେଥିପାଇଁ ଓଡ଼ିଶା ସରକାର, ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ । ସେହିଭଳି ଏସସିବିରେ ଗୁରୁତର ଆହତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ମମତା । ମମତା କହିଛନ୍ତି, ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ୯୭ ଜଣ ଆହତ ଯାତ୍ରୀ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗର ୧୦୩ ଜଣଙ୍କର ମୃତଦେହ ଚିହ୍ନଟ କରାଯାଇଛି । ଏବେ ବି ୩୧ ଜଣ ନିଖୋଜ ଥିବା କହିଛନ୍ତି ମମତା । ଯେଉଁମାନେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସେମାନଙ୍କୁ ୫ ଲକ୍ଷ, ଗୁରୁତର ଆହତଙ୍କୁ ୧ ଲକ୍ଷ, ସାମାନ୍ୟ ଆହତଙ୍କୁ ୨୫ ହଜାର ଏବଂ ଯେଉଁମାନେ ଟ୍ରେନରେ ଯାତ୍ରା କରୁଥିଲେ ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ମମତା ।

SHARE BY