The Topmost

“The eyes believe themselves, the ears believe other people.”

୧୭୦ ଜଣଙ୍କ ମୃତଦେହ ଚିହ୍ନଟ ସରିଲାଣି

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ମୃତ ଦେହକୁ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହେଉଛି । ଦୁର୍ଘଟଣାରେ ଶରୀର ଅଧିକ କ୍ଷତିଗ୍ରସ୍ତ ହୋଇଯାଇଥିବାରୁ ମୃତ ଶରୀରକୁ ଚିହ୍ନିବାରେ ବହୁ କଷ୍ଟ ହେଉଛି । ଏହାରି ମଧ୍ୟରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୧୭୦ ଜଣଙ୍କ ମୃତଦେହ ଚିହ୍ନଟ ହୋଇଛି । ମୃତଦେହ ଚିହ୍ନଟ ହେବା ପରେ ଚାଲିଛି ହସ୍ତାନ୍ତର ପ୍ରକ୍ରିୟା । ତେବେ ଘରେ ମୃତଦେହକୁ ପହଞ୍ଚାଇବା ପାଇଁ ମାଗଣା ପରିବହନ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଖର୍ଚ୍ଚ ବହନ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ପ୍ରଦୀପ ଜେନା ଆହୁରି ମଧ୍ୟ କହିଛନ୍ତି କି, ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କ ଚିକିତ୍ସା ଚାଲିଛି । ରକ୍ତର ଅଭାବ ନାହିଁ । ସାଧରଣ ଲୋକେ ନିଜ ଇଛାରେ ଆସି ରକ୍ତ ଦାନ କରୁଛନ୍ତି ତେଣୁ ରକ୍ତର ଅଭାବ ନାହିଁ ।