ଖେଳାଳୀ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲୀକ, ଭିନେଶ ଫୋଗଟ ନିଜ ଚାକିରିରେ ଯୋଗଦାନ କରିଛନ୍ତି । ରେଳବାଇରେ ଚାକିରୀ କରୁଥିବା ସମସ୍ତ ୩ ଖେଳାଳୀ ଚାକିରୀରେ ଯୋଗଦାନ କରିଛନ୍ତି । ତେବେ ସାକ୍ଷୀ ଆନ୍ଦୋଳନରୁ ପଛକୁ ହଟିବା ଖବରକୁ ଗୁଜବ କହିଛନ୍ତି । ସାକ୍ଷୀ ମଲ୍ଲିକ କହିଛନ୍ତି, ସତ୍ୟାଗ୍ରହ ସହ ରେଳବାଇରେ ସେମାନଙ୍କ ଦାୟିତ୍ୱ ସମାନ ଭାବରେ ନିଭାଇବେ । ଶୁଣିବାକୁ ମିଳିଥିଲା ଯେ ସାକ୍ଷୀ ମଲ୍ଲିକ କୁସ୍ତି ଖେଳାଳୀଙ୍କ ଆନ୍ଦୋଳନରୁ ପଛକୁ ହଟିଯାଇଛନ୍ତି । ସାକ୍ଷୀ ମଲ୍ଲିକ ଏଭଳି ଖବରକୁ ଭିତ୍ତିହୀନ ଦର୍ଶାଇଛନ୍ତି । ସେ କହିଛନ୍ତି ନ୍ୟାୟର ଲଢେଇରେ ଆମେ ପଛକୁ ହଟିବୁ ନାହିଁ । ନ୍ୟାୟ ନମିଳିବା ଯାଏ ଆମେ ପଛକୁ ହଟିବୁ ନାହିଁ । ଏହା ପୂର୍ବରୁ ସାକ୍ଷୀଙ୍କ ସ୍ୱାମୀ ସତ୍ୟବ୍ରତ କାଦିଆନ ମଧ୍ୟ ଆନ୍ଦୋଳନରୁ ପଛକୁ ହଟିବାର ଖବର ସାମ୍ନାକୁ ଆସିଥିଲା ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା