The Topmost

“The eyes believe themselves, the ears believe other people.”

ସ୍ନାନବେଦୀରେ ଶ୍ରୀଜିଉ

ଆଜି ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଶ୍ରୀକ୍ଷେତ୍ରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ମହାପ୍ରଭୁଙ୍କ ଏହି ଦିବ୍ୟ ସ୍ନାନଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ରରେ ଲାଗିଛି ଭକ୍ତଙ୍କ ଗହଳି । ଲିଳା କରିବାକୁ ଶ୍ରୀଜିଉ ଶ୍ରୀମନ୍ଦିରରୁ ବାହାରି ଆସିଥିବା ବେଳେ ବଡ଼ଦାଣ୍ଡରେ ଲାଗିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ । ଏପଟେ ଭକ୍ତ ଓ ଭଗବାନଙ୍କ ମିଳନ ଶ୍ରୀକ୍ଷେତ୍ରରେ ସୃଷ୍ଟି କରିଛି ଆଧ୍ୟାତ୍ମିକ ପରିବେଶ । ଭୋର ସାଢ଼େ ୩ଟାରେ ମଙ୍ଗଳାର୍ପଣ ହୋଇଥିବା ବେଳେ ୪ଟାରୁ ୬ଟା ମଧ୍ୟରେ ଡୋର ଲାଗି ପୁଷ୍ପାଞ୍ଜଳି ପରେ ପହଣ୍ଡି ଆରମ୍ଭ ହୋଇଥିଲା । ସ୍ନାନବେଦୀରେ ଦୈନନ୍ଦିନ ନୀତିକାନ୍ତି ଚାଲିଛି । ୧୨ଟା ୧୫ରୁ ୧୨ଟା ୪୫ ଛେରା ପହଁରା କରାଯିବ । ୧୨ଟା ୪୫ରୁ ୨ଟା ୩୦ରେ ହେବ ହାତୀବେଶ । ଦୁର୍ଲଭ ହାତୀବେଶରେ ସଜ୍ଜିତ ହୋଇ ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ସନ୍ଧ୍ୟା ୬ଟାରୁ ରାତି ସାଢେ ୯ଟା ସାହାଣ ମେଲା ଦର୍ଶନ, ରାତି ୧୦ଟାରେ ପୁଷ୍ପାଞ୍ଜଳି ଓ ଡୋର ଲାଗି ହୋଇ ୧୦ଟାରୁ ଗୋଟାଏ ମଧ୍ୟରେ ବାହୁଡ଼ା ପହଣ୍ଡି ହେବ । ରାତି ସାଢେ ଗୋଟାଏ ସୁଦ୍ଧା ସ୍ନାନ ନିତୀ ଓ ରାହୁ ରେଖା ମଇଲମ କରାଯିବାକୁ ସ୍ଥିର ହୋଇଛି ।