୯ ଜୁନ ସୁଦ୍ଧା ବ୍ରିଜଭୂଷଣଙ୍କ ଗିରଫଦାରୀ ନହେଲେ ଦେଶବ୍ୟାପୀ ଆନ୍ଦୋଳନ । ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧ ମାମଲାରେ ଲଗାତାର ଦ୍ୱିତୀୟ ଦିନ କୁରୁକ୍ଷେତ୍ରରେ ଖାପ ମହାପଞ୍ଚାୟତ ଆୟୋଜିତ ହୋଇଥିଲା । ଏହା ପୂର୍ବରୁ ଗୁରୁବାର ମଧ୍ୟ ୟୁପିର ମୁଜଫରନଗରରେ ମହାପଞ୍ଚାୟତ ହୋଇଥିଲା, କିନ୍ତୁ ଏଥିରେ କୌଣସି ପ୍ରସ୍ତାବ ପାରିତ ହୋଇନଥିଲା । ଶୁକ୍ରବାର ମହାପଞ୍ଚାୟତ ପରେ କୃଷକ ନେତା ରାକେଶ ଟିକୈତ ସରକାରଙ୍କୁ ୯ ଜୁନ୍ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ସେ କହିଛନ୍ତି ଜୁନ ୯ ତାରିଖ ମଧ୍ୟରେ ବିଜେପି ବାହୁବଳି ନେତା ତଥା ରେସଲର ସଂଘ ସଭାପତି ବ୍ରିଜଭୂଷଣଙ୍କ ଗିରଫଦାରୀ ନହେଲେ ଦେଶବ୍ୟାପୀ ଚାଷୀ ମହାପଞ୍ଚାୟତର ଆୟୋଜନ କରାଯିବ । ୯ ତାରିଖରେ କୁସ୍ତିଯୋଦ୍ଧାଙ୍କ ସହ ଜନ୍ତରମନ୍ତରରେ ପହଞ୍ଚିବୁ । ପୋଲିସ ଅନୁମତି ନଦେଲେ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି । ଉଭୟ ମହାପଞ୍ଚାୟତରେ ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀରୁ ଖାପ୍ ପ୍ରମୁଖମାନେ ସାମିଲ ଥିଲେ । ରାକେଶ ଟିକୈତ କହିଛନ୍ତି ଯେ ଆମେ ନିଷ୍ପତ୍ତି କରିଛୁ ଯେ ଆମେ ମହିଳା କୁସ୍ତିଯୋଦ୍ଧାମାନଙ୍କୁ ନ୍ୟାୟ ଦେବା ପାଇଁ ଦେଶବ୍ୟାପୀ ଏହିପରି ହିଁ ଖାପ୍ ପଞ୍ଚାୟତର ଆୟୋଜନ କରିବୁ । ଶାମଲିରେ ୧୧ ଜୁନ ଏବଂ ହରିଦ୍ୱାରରେ ୧୫ ଜୁନରୁ ୧୮ ଜୁନ ପର୍ଯ୍ୟନ୍ତ ପଞ୍ଚାୟତ ହେବ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ