କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଛି ଚାଷୀ ମହାସଂଘ । ଆଜି କୁରୁକ୍ଷେତ୍ରରେ ମହାପଞ୍ଚାୟତ ଡକାଯାଇଥିବା ବେଳେ ଆଗାମୀ ରଣନୀତି ସମ୍ପର୍କରେ ଘୋଷଣା କରାଯିବ । କୁରୁକ୍ଷେତ୍ରରେ ମହାମେଳିରେ ଖାପ୍ ଚୌଧୁରୀ ସମିତି ଗଠନ କରାଯିବ । ସମିତି ସଦସ୍ୟ ରାଷ୍ଟ୍ରପତି ଓ କେନ୍ଦ୍ର ସରକାରଙ୍କୁ ଭେଟି ଆଲୋଚନା କରିବା ସହ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଅପିଲ କରିବେ । ଦେଶବ୍ୟାପୀ ବିକ୍ଷୋଭ କରାଯିବା ସହ ପୁଣି ଥରେ ଦିଲ୍ଲୀ ବର୍ଡର ସିଲ୍ କରାଯିବା ଚେତାବନୀ ଦେଇଛନ୍ତି ଚାଷୀନେତା । ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହେବା ମାତ୍ରେ ଅଭିଯୁକ୍ତକୁ ଗିରଫ କରିବାର ନିୟମ ରହିଛି । ହେଲେ ବ୍ରିଜଭୂଷଣଙ୍କୁ କାହିଁକି ଏଯାଏଁ ଗିରଫ କରାଯାଇନି ବୋଲି ପ୍ରଶ୍ନ ଉଠିଛି । ସେପଟେ କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନକୁ ବଢୁଛି ସମର୍ଥନ । କଂଗ୍ରେସ କେନ୍ଦ୍ର ସରକାରଙ୍କୁ କଡ଼ା ନିନ୍ଦା କରୁଥିବାବେଳେ ସମର୍ଥନରେ ବାହାରିଛନ୍ତି ହରିଆଣା ବିଜେପି ଏମପି ବ୍ରିଜେନ୍ଦର ସିଂ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ