The Topmost

“The eyes believe themselves, the ears believe other people.”

ଦୁନିଆକୁ ସଙ୍କଟରେ ପକାଇପାରେ ଚୀନ୍

ଦୁନିଆକୁ ସଙ୍କଟରେ ପକାଇପାରେ ଚୀନ୍ । ପାତାଳକୁ ଯିବାକୁ ରାସ୍ତା ଖୋଜୁଛି ଚୀନ । ୧୦ ହଜାର ମିଟର ତଳକୁ ଗାତ ଖୋଳୁଛି ଚାଇନା । ଏଥିପାଇଁ ଯୋଜନା ମଧ୍ୟ ଆରମ୍ଭ କରିସାରିଛି । ମେ ୩୦ ତାରିଖରୁ ଚୀନର ସିନଜିୟାଙ୍ଗ ପ୍ରାନ୍ତରେ ଥିବା ସବୁଠାରୁ ବଡ ତୈଳ ଭଣ୍ଡାର ପରିସରରେ ଏହି ଖନନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୧ ମସିହାରେ ଚାଇନାର ରାଷ୍ଟ୍ରପତି, ବିଶେଷଜ୍ଞଙ୍କ ସହ ମିଶି ସେହି ସ୍ଥାନକୁ ଯାଇ ଆଲୋଚନା କରିଥିଲେ। ୨୦୨୩ ରେ ବର୍ତ୍ତମାନ ଏହାର କାର୍ଯ୍ୟ ଆରମ୍ଭ ହୋଇଛି । ଚୀନ ଦିନକୁ ଦିନ ନୂଆ ନୂଆ ପରୀକ୍ଷଣ ଜାରି ରଖିଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଆଖପାଖର ଦେଶ । ତେବେ ଚୀନ କାହିଁକି ୧୦ ହଜାର ମିଟରର ଗାତ ଖୋଳୁଛି ଏପର୍ଯ୍ୟନ୍ତ ତାର ସନ୍ଧାନ କେହି ପାଇ ନାହାନ୍ତି । ସେପଟେ ଦୁନିଆକୁ ବିପଦ ମୁଖରେ ପକାଇବା ପାଇଁ ଚୀନର ଏହା ଏକ ନୂଆ ଚାଲ୍ ହୋଇଥାଇପାରେ ବୋଲି ସାଧଆରଣରେ ଚର୍ଚ୍ଚା ହେଉଛି ।